ଶେଷ ପର୍ଯ୍ୟନ୍ତ ମେସି ବାର୍ସିଲୋନାରୁ ଖେଳିବେ

ବାର୍ସିଲୋନା: ଆର୍ଜେଣ୍ଟିନା ଫୁଟ୍‌ବଲ୍‌ ତାରକା ଲିଓନେଲ ମେସି ନିଜ ଖେଳ ଜୀବନ ଶେଷ ପର୍ଯ୍ୟନ୍ତ ବାର୍ସି‌ଲୋନା କ୍ଲବ୍‌ ସହିତ ରହିବେ। ବାର୍ସିଲୋନା ସଭାପତି ଯୋଶେପ ମାରିଆ ବାର୍ତେମିଉ ସୋମବାର ଏହି କଥା କହିବା ସହ ଏହି ଆର୍ଜେଣ୍ଟିନା ତାରକା ଆସନ୍ତା ବର୍ଷ କ୍ଲବ୍‌ ଛାଡ଼ିବା ନେଇ ହେଉଥିବା ଖବରକୁ ଗୁଜବ ବୋଲି ଦର୍ଶାଇଛନ୍ତି। ମେସି କହିଥିଲେ ଯେ ତାଙ୍କର କାମ ଓ ଫୁଟ୍‌ବଲ୍‌ ଜୀବନ ବାର୍ସିଲୋନାରେ ହିଁ ଶେଷ କରିବେ ବୋଲି ଗତ ରବିବାର ଲା-ଲିଗାରେ ଭିଲାରରିଅଲ୍‌କୁ ୪-୧ ଗୋଲ୍‌ରେ ହରାଇବା ପରେ ଏକ ସାକ୍ଷାତକାରରେ ବାର୍ତେମିଉ କହିଥିଲେ। ଆମେ ପ୍ରତିଯୋଗିତା ଉପରେ ଧ୍ୟାନ ଦେଉଥିବାରୁ ଏବେ ଏହା ଉପରେ ବିଶେଷ କିଛି କହିବାକୁ ଚାହୁନୁ। ଆମେ ଖେଳାଳିଙ୍କ ସହ ଚୁକ୍ତି ନବୀକରଣ ଉପରେ ଆଲୋଚନା ଜାରି ରଖିଛୁ। ହେଲେ ମେସି ଆମ ସହ ରହିବାକୁ ଚାହୁଛନ୍ତି ବୋଲି ସ୍ପଷ୍ଟ କରି ସାରିଛନ୍ତି। ତେଣୁ କ୍ଲବ୍‌ ତାଙ୍କର ସେବା ଅଧିକ ଦିନ ପାଇପାରିବ ବୋଲି ବାର୍ତେମିଉ କହିଛନ୍ତି। ୩୩ ବର୍ଷୀୟ ମେସି ୨୦୧୭ରେ ବାର୍ସିଲୋନା ସହ ଚୁକ୍ତି କରିଥିଲେ।

ସମ୍ବନ୍ଧିତ ଖବର