ମେସି @୩୪ ଲା’ ଲିଗା ହ୍ୟାଟ୍ରିକ, ରୋନାଲ୍‌ଡୋଙ୍କ ସହ ସମକକ୍ଷ

ବାର୍ସିଲୋନା: ବାର୍ସିଲୋନା ତାରକା ଲିଓନେଲ୍‌ ମେସି ରବିବାର ଲା ଲିଗା ଲିଗ୍‌ରେ ୩୪ତମ ହ୍ୟାଟ୍ରିକ୍‌ ସଫଳତା ପାଇଛନ୍ତି। ଫଳରେ ସେ ଏହି ପ୍ରତିଯୋଗିତାରେ ସର୍ବାଧିକ ହ୍ୟାଟ୍ରିକ୍‌ ହାସଲ କରିଥିବା ପୂର୍ବତନ ରିଅଲ୍‌ ମାଦ୍ରିଦ୍‌ ତଥା ଜୁଭେଣ୍ଟସ୍‌ ତାରକା କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ସମକକ୍ଷ ହୋଇଛନ୍ତି। ଲା ଲିଗାରେ ଆର୍ଜେଣ୍ଟିନା ତାରକା ମେସି ୧୦ ମାର୍ଚ ୨୦୦୭ରେ ରିଅଲ୍‌ ମାଦ୍ରିଦ୍‌ ବିପକ୍ଷରେ ନିଜର ପ୍ରଥମ ହ୍ୟାଟ୍ରିକ୍‌ ହାସଲ କରିଥିଲେ। ରବିବାର ତାଙ୍କର ୩୪ତମ ହ୍ୟାଟ୍ରିକ୍‌ ବଳରେ ମେସିଙ୍କ ଦଳ ୪-୧ ଗୋଲ୍‌ରେ ସେଲ୍‌ଟା ‌ଭିଗୋକୁ ପରାସ୍ତ କରିଥିଲା। ମେସି ପ୍ରଥମ ଗୋଲ୍‌ ୨୩ତମ ମିନିଟ୍‌ରେ ପେନାଲ୍‌ଟି ଜରିଆରେ ଦେଇଥିଲେ। ଏହା ପରେ ୪୫+୧ ମିନିଟ୍‌ ଓ ୪୮ ମିନିଟ୍‌ରେ ଆଉ ଦୁଇ ଗୋଲ୍‌ ଦେଇ ୩୪ତମ ହ୍ୟାଟ୍ରିକ୍‌ର ଅଧିକାରୀ ହୋଇଥିଲେ। ବାର୍ସିଲୋନା ପାଇଁ ଚତୁର୍ଥ ଗୋଲ୍‌ ସର୍ଜିଓ ବସ୍‌କ୍ବେଟ୍‌ସ ଦେଇଥିଲେ।

ସମ୍ବନ୍ଧିତ ଖବର