ମାଡ୍ରିଡ୍: ଆର୍ଜେଣ୍ଟିନା ଫୁଟ୍ବଲ୍ କିଂବଦନ୍ତି ଲିଓନେଲ୍ ମେସି ନିଜ ଖେଳ ଜୀବନରେ ସପ୍ତମ ଥର ପାଇଁ ଲା’ ଲିଗା ପ୍ରତିଯୋଗିତାର ଅଗ୍ରଣୀ ଗୋଲ୍ ସ୍କୋରର୍ ହୋଇ ସ୍ବର୍ଣ୍ଣ ଜୋତା ବିଜେତା ହୋଇଛନ୍ତି। ଲିଗ୍ ଶେଷରେ ମେସି ୨୫ ଗୋଲ୍ ଓ ୨୧ ସହାୟତା ସହିତ ପିଚିଚି ଟ୍ରଫି ଜିତିଛନ୍ତି। ଆଲାଭ୍ସ ବିପକ୍ଷ ଶେଷ ରାଉଣ୍ଡ୍ ମୁକାବିଲାରେ ବାର୍ସିଲୋନା ୫-୦ରେ ଜିତିଥିବା ବେଳେ ମେସି ୨ ଗୋଲ୍ ଦେଇଥିଲେ। ମେସି ମୋଟ ୩୩ ମ୍ୟାଚ୍ରୁ ୨୫ ଗୋଲ୍ ଦେଇଥିଲେ। ରିୟଲ୍ ମାଦ୍ରିଦର କରିମ୍ ବେଞ୍ଜିମା ୨୧ ଗୋଲ୍ ସହ ପଛରେ ପଡ଼ିଯାଇଥିଲେ।
କିନ୍ତୁ ରିୟଲ୍ ମାଦ୍ରିଦ ୩୪ତମ ଥର ପାଇଁ ଏହି ସ୍ପାନିସ୍ ଲିଗ୍ ଜିତି ନେଇଛି। ଲଗାତାର ତୃତୀୟ ଋତୁ ପାଇ ମେସି ମଧ୍ୟ ଲିଗ୍ର ସର୍ବାଧିକ ସହାୟତା କରିଛନ୍ତି। ‘ଟ୍ରଫି ସହ ସ୍ବର୍ଣ୍ଣ ଜୋତା ଜିତିଥିଲେ ଭଲ ହୋଇଥାନ୍ତା’ ବୋଲି ମେସି ଅବସୋସର ସହ କହିଛନ୍ତି। ସୋମବାର ମେସି ମଧ୍ୟ ବୁନ୍ଦେସଲିଗାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଲା’ ଲିଗା ଇତିହାସରେ ମାଦ୍ରିଦ ସର୍ବାଧିକ ୩୪ ଥର ଏବଂ ବାର୍ସିଲୋନା ଦ୍ବିତୀୟ ସଫଳ ଦଳ ଭାବେ ୨୬ ଥର ବିଜେତା ରହିଛି।