ହାଇଦ୍ରାବାଦ୍: ରୋହିତ ଶର୍ମାଙ୍କ ନେତୃତ୍ୱଧୀନ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ହାଇଦ୍ରାବାଦରେ ୧୨ ରନରେ ପ୍ରଥମ ଦିନିକିଆ ମ୍ୟାଚ ଜିତିଛି। ଏହି ମ୍ୟାଚ ଏଭଳି ଥିଲା କି କୌଣସି ମୁହୂର୍ତ୍ତରେ ଖେଳ ଭାରତୀୟ ଦଳଙ୍କ ହାତରୁ ଚାଲି ଯାଇଥାଆନ୍ତା। କିନ୍ତୁ ଦଳର ସମସ୍ତ ସଦସ୍ୟ ଖବୁ ଯତ୍ନର ସହ ଖେଳି ବିଜୟକୁ ନିଜ ନାମରେ କରିଥିଲେ।
ଭାରତର ଏହି ବିଜୟରେ ଶୁବମନ ଗିଲଙ୍କ ଦ୍ୱିଶତକ ଯେତିକି ଗୁରୁତ୍ୱପୂର୍ଣ୍ଣ ଥିଲା ମହମ୍ମଦ ସିରାଜଙ୍କ ଅବଦାନ ସେତିିକି ସ୍ବତନ୍ତ୍ର ରହିଥିଲା। ମ୍ୟାଚ ପୂର୍ବରୁ ସିରାଜଙ୍କୁ ଏକ ଅସ୍ତ୍ର ମିଳିଥିବା କଥା ଚର୍ଚ୍ଚାରେ ରହିଛି। ଯାହାକୁ ଆଧାର କରି ସେ ମ୍ୟାଚ ଖେଳିଥିଲେ । ମ୍ୟାଚ ପୂର୍ବରୁ ସିରାଜ ମା’ ଶବାନା ବେଗମଙ୍କ ଠାରୁ ପାଇଥିବା ଅସ୍ତ୍ରଟି ହେଉଛି ଆଶୀର୍ବାଦ।
ମ୍ୟାଚ ପୂର୍ବରୁ ସିରାଜ ଅଭ୍ୟାସ ସିରିଜରେ ଭାଗ ନନେଇ ସାଙ୍ଗ ଏବଂ ପରିବାର ଲୋକଙ୍କୁ ଭେଟିବାକୁ ଚାଲିଯାଇଥିଲେ । ସିରାଜଙ୍କୁ ଘରେ ହଠାତ ପାଇ ମା’ ପୁଅକୁ ବହୁତ ଗାଳି ଦେଇଥିଲେ। କାରଣ ସେ ନଜଣାଇ ଘରେ ପହଞ୍ଚିଥିବାରୁ ମା’ ତାଙ୍କ ପାଇଁ କୌଣସି ପ୍ରକାର ବନ୍ଦୋବସ୍ତ କରି ନଥିଲେ। କିନ୍ତୁ ସିରାଜ ମା’ଙ୍କୁ ବ୍ୟସ୍ତ ନହେବାକୁ କହିବା ସହିତ କେବଳ ତାଙ୍କ ଆର୍ଶୀବାଦ ଦରକାର ବୋଲି କହିଥିଲେ। ଆଉ ଘରୁ ମା’ଙ୍କ ହାତରନ୍ଧା ଖେଚୁଡ଼ି ଖାଇ ଚାଲି ଆସିଥିଲେ। ତେବେ ମା’ଙ୍କ ଠାରୁ ଆଣିଥିବା ଆର୍ଶୀବାଦ ଅସ୍ତ୍ରକୁ ଆଧାର କରି ସିରାଜ ଭାରତୀୟ ଦଳକୁ ବିପଦରୁ ରକ୍ଷା କରିଥିବା କଥା କୁହାଯାଉଛି।