କଟକ: ଏମଜିଏମ୍ ଟି-୨୦ ଚାମ୍ପିଅନସିପ୍ ଶନିବାର (୮ ଫେବ୍ରୁଆରି)ରୁ କଟକର କପୁରସିଂଠାରେ ଅବସ୍ଥିତ ‘ଏମଜିଏମ୍ ସ୍କୁଲ ଅଫ ସ୍ପୋର୍ଟସ୍’ରେ ଆରମ୍ଭ ହୋଇଛି। ପୂର୍ବତନ କ୍ରିକେଟର ତଥା ଭାରତୀୟ ଦଳର ପୂର୍ବତନ କୋଚ ରବି ଶାସ୍ତ୍ରୀ ଏବଂ ପୂର୍ବତନ ଟେଷ୍ଟ କ୍ରିକେଟର ଭରତ ଅରୁଣ ଏହି ୪-ଦିନିଆ ଟି୨୦ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଛନ୍ତି । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଏହି ଟୁର୍ଣ୍ଣାମେଣ୍ଟରେ ଏମଜିଏମ୍ ସ୍କୁଲ ଅଫ ସ୍ପୋର୍ଟସର ବଛା ବଛା ଖେଳାଳିଙ୍କ ବ୍ୟତୀତ ଚେନ୍ନାଇ, ହାଇଦରାବାଦ ଏବଂ ଭଦୋଦରାସ୍ଥିତ କୋଚିଂ ବିୟଣ୍ଡ କ୍ରିକେଟ ଏକ୍ସଲେନ୍ସ ସେଣ୍ଟରର କ୍ରିକେଟ ଟିମ୍ଗୁଡିକ ଅଂଶଗ୍ରହଣ କରିବେ । ଟିମ୍ ଇଣ୍ଡିଆର ବିଶିଷ୍ଟ କ୍ରିକେଟର ଏବଂ ପ୍ରାକ୍ତନ ଆନ୍ତର୍ଜାତିକ ବୋଲର ଶ୍ରୀ ଭେଙ୍କଟପତି ରାଜୁ ଏବଂ ଓଡ଼ିଶାର ସୁପରିଚିତ ଆନ୍ତର୍ଜାତିକ କ୍ରିକେଟର ଶ୍ରୀ ଦେବାଶିଷ ମହାନ୍ତି ମଧ୍ୟ ଏହି ଉତ୍ସବରେ ଯୋଗଦେବେ ।
ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ନିଜର ପ୍ରଶଂସା ବ୍ୟକ୍ତ କରି ଶ୍ରୀ ରବି ଶାସ୍ତ୍ରୀ କହିଛନ୍ତି, “ଏମଜିଏମ୍ ସ୍କୁଲ ଅଫ ସ୍ପୋର୍ଟସରେ ଯୁବ କ୍ରିକେଟରଙ୍କ ଅଭିବୃଦ୍ଧି ଏବଂ ସେମାନଙ୍କ ଉନ୍ନତି ନିମନ୍ତେ ବିଶ୍ୱ ମାନର ଭିତ୍ତିଭୂମି ଓ ଆବାସିକ ସୁବିଧା ରହିଛି । ଏମଜିଏମ୍ ଟି୨୦ ଚାମ୍ପିଅନସିପ୍ ୨୦୨୫ ଖେଳାଳିମାନଙ୍କ ପାଇଁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ତଥା ସେମାନଙ୍କ ସ୍ୱପ୍ନ ସାକାର ନିମନ୍ତେ ପ୍ରୟାସ କରିବାକୁ ଏକ ଭଲ ସୁଯୋଗ ଆଣିଛି ।” ଏହି ଅବସରରେ ପଙ୍କଜ ଲୋଚନ ମହାନ୍ତି, ସିଏମଡି, ଏମଜିଏମ୍ ଗ୍ରୁପ୍ କହିଛନ୍ତି, ଏହି ଟୁର୍ଣ୍ଣାମେଣ୍ଟ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ତାହାସହିତ ଓଡ଼ିଶାରେ କ୍ରିକେଟର ସୁଯୋଗ ସୃଷ୍ଟି କରୁଛି ଏବଂ ଏହାକୁ ମଜଭୁତ କରୁଛି ।”
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/02/08/0Ch4Bo5sT6rZIpmly0nY.jpeg)