ଏମ୍‌ଜିଏମ୍‌ ମହିଳା ଟ୍ବେଣ୍ଟି-୨୦ କ୍ରିକେଟ୍‌ ଲିଗ୍‌, ରେଡ୍‌ ଓ ଭାଓଲେଟ୍‌ ବିଜୟୀ

କଟକ: କିଟ୍‌ରେ ଚାଲିଥିବା ଏମ୍‌ଜିଏମ୍‌ ମହିଳା ଟ୍ବେଣ୍ଟି-୨୦ ଲିଗ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ବୁଧବାର ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ଯଥାକ୍ରମେ ଓଡ଼ିଶା ରେଡ୍‌ ଓ ଓଡ଼ିଶା ଭାଓଲେଟ୍‌ ବିଜୟୀ ହୋଇଛନ୍ତି। ଉଭୟ ରେଡ୍‌ ଓ ଭାଓଲେଟ୍‌ ସମାନ ସଂଖ୍ୟକ ୫ ଲେଖାଏଁ ମ୍ୟାଚ୍‌ ଖେଳି ନିଜ ନିଜର ତୃତୀୟ ବିଜୟ ହାସଲ କରିଛନ୍ତି। ଭାଓଲେଟ୍‌ ଓ ରେଡ୍‌ ଯଥାକ୍ରମେ ପଏଣ୍ଟ୍‌ ତାଲିକାର ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲା ବେଳେ ଶୀର୍ଷରେ ଥିବା ପର୍ପଲ ପ୍ରଥମ ପରାଜୟ ବରଣ କରିଛି। ଗ୍ରିନ୍‌ ଚତୁର୍ଥ ପରାଜୟ ସହ ଚତୁର୍ଥ ସ୍ଥାନରେ ରହିଛି।

ପ୍ରଥମ ମ୍ୟାଚ୍‌ରେ ରେଡ୍‌ ୨୮ ରନ୍‌ରେ ଓଡ଼ିଶା ପର୍ପଲକୁ ହରାଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟି˚ ନେଇଥିବା ରେଡ୍‌ ବିନା କୌଣସି କ୍ଷତିରେ ୧୨୬ ରନ୍‌ କରିଥିଲା। ମାଧୁରୀ ମେହେଟ୍ଟା ୫୮ ବଲ୍‌ରୁ ୬ ଚୌକା ସହାୟତାରେ ୬୩* ଓ କାଜଲ ଜେନା ୬୨ ବଲ୍‌ରୁ ୪ ଚୌକା ସହାୟତାରେ ୫୧ ରନ୍‌ କରିଥିଲେ। ପର୍ପଲ ଏହି ଲକ୍ଷ୍ୟକୁ ପିଛା କରିବାକୁ ଯାଇ ୫ ଵିକେଟ୍‌ ବିନିମୟରେ ୯୮ ରନ୍‌ କରିପାରିଥିଲା। ଅଧିନାୟିକା ସରିତା ମେହେର ୫୪ ରନ୍‌ର ସ˚ଘର୍ଷପୂର୍ଣ୍ଣ ଅର୍ଦ୍ଧଶତକୀୟ ପାଳି ଏବଂ ମଧ୍ୟକ୍ରମରେ ଜିଏମ୍‌ ଅଳକାନନ୍ଦା ଅପରାଜିତ ୨୭ ରନ୍‌ କରିଥିଲେ ମଧ୍ୟ ଦଳକୁ ଜିତାଇପାରିନଥିଲେ। ବିଜୟୀ ଦଳର ସ୍ବର୍ଣ୍ଣଲତା ନାୟକ, ତନ୍ମୟୀ ବେହେରା ଦୁଇଟି ଲେଖାଏଁ ଵିକେଟ୍‌ ପାଇଥିଲେ। ଅର୍ଧଶତକୀୟ ପାଳି ପାଇଁ ମାଧୁରୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ଉତ୍କଣ୍ଠାପୂର୍ଣ୍ଣ ଦ୍ବିତୀୟ ମ୍ୟାଚ୍‌ରେ ଭାଓଲେଟ ୩ ରନ୍‌ରେ ଓଡ଼ିଶା ଗ୍ରିନ୍‌କୁ ପରାସ୍ତ କରିଛି। ଗ୍ରିନ୍‌ ଟସ୍‌ ଜିତି ବୋଲି˚ କରିଥିଲା ବେଳେ ଭାଓଲେଟ ୮ ଵିକେଟ୍‌ ହରାଇ ୧୨୨ ରନ୍‌ କରିଥିଲା। ଅଧିନାୟିକା ଅଞ୍ଜଳି ସି˚ହ ସର୍ବାଧିକ ୩୦, ସ୍ବିଟ ବେଉରା ୨୧, କୁନି ବଦରା ୧୮ ରନ୍‌ କରିଥିଲା ବେଳେ ପ୍ରତିପକ୍ଷର ରୋସ୍‌ନାରା ପରବିନ୍‌ ଓ ସୁଶ୍ରୀ ସି˚ହ ୩ ଵିକେଟ୍‌ ଲେଖାଏଁ ପାଇଥିଲେ। ଜବାବରେ ଗ୍ରିନ୍‌ ୫ ଵିକେଟ୍‌ ବିନିମୟରେ ୧୧୯ ରନ୍‌ କରିଥିଲା। ପ୍ରଜ୍ଞା ପାରମିତା ମହାନ୍ତି ୧୨, ଅଲିପ୍ସା ବିଶ୍ବାଳ ୨୦, ଏସ୍‌ ବିଷ୍ଣୋଇ ୨ ରନ୍‌ କରି ଆଉଟ୍‌ ହୋଇଥିଲେ ବି ମଧ୍ୟକ୍ରମରେ ସୁମିତ୍ରା ସାହୁ ୩୪*, ସରୋଜିନୀ ଗିରି ୪୦ ରନ୍‌ କରି ଦଳକୁ ବିଜୟ ନିକଟତର କରାଇଥିଲେ। ଶେଷ ବଲ୍‌ରେ ବିଜୟ ପାଇଁ ୪ ରନ୍‌ ଆବଶ୍ୟକ ହେଉଥିଲା ବେଳେ ରୋସ୍‌ନାରା ପରବିନ୍‌ ଲଙ୍ଗଅନ୍‌ରେ କ୍ୟାଚ୍‌ ଆଉଟ୍‌ ହୋଇଯିବାରୁ ଗ୍ରିନ୍‌ ୩ ରନ୍‌ରେ ପରାସ୍ତ ହୋଇଥିଲା। ୪ ଓଭରରେ ମାତ୍ର ୮ ରନ୍‌ ବ୍ୟୟ କରି ୨ ଵିକେଟ୍‌ ଅକ୍ତିଆର କରିଥିବା କଳ୍ପନା ନାୟକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର