ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ରବିବାର ଖେଳାଯାଇଥିବା ଆଇପିଏଲ ୨୦୨୫ର ୩୮ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ୯ ଓ୍ବିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ଆଗରେ ୧୭୭ ରନର ଲକ୍ଷ୍ୟ ଥିବାବେଳେ ଦଳ ୧୫.୪ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ ରୋହିତ ଶର୍ମା ୭୬ ରନ ଓ ସୂର୍ଯ୍ୟକୁମାର ଯାଦବ ୬୭ ରନ କରିଥିଲେ । ରିୟାନ ରିକଲଟଵ ୨୪ ରନ କରିଥିଲେ ।
ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଚେନ୍ନାଇ ଦଳ ପକ୍ଷରୁ ରାଚିନ ରବୀନ୍ଦ୍ର ଓ ସାଇକ୍ ରଶିଦ୍ ବ୍ୟାଟିଂ ଓପନ କରିଥିଲେ । କିନ୍ତୁ ରାଚିନ ମାତ୍ର ୫ ରନ କରି ଆଉଟ ହୋଇଥିଲେ । ତେବେ ରଶିଦ ଓ ଆୟୁଷ ମାହାତ୍ରେଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା। ରଶିଦ ୧୯ ରନ ଓ ମାହାତ୍ରେ ୩୨ ରନ କରିଥିଲେ । ଏହାପରେ ରବିନ୍ଦ୍ର ଜାଦେଜା ଓ ଶିବମ ଦୁବେଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ଜାଦେଜା ୫୩ ରନ କରିଥିବାବେଳେ ଦୁବେ ୫୦ ରନ କରିଥିଲେ ।
ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମରା ୨ଟି ଓ୍ବିକେଟ ନେଇଥିବାବେଳେ ଦିପକ ଚହର, ଅଶ୍ବିନୀ କୁମାର ଓ ମିଚେଲ ସାଣ୍ଟନର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।