ସାରଜା: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୫୬ତମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ୍କୁ ୧୫୦ ରନ୍ର ବିଜୟ ଲକ୍ଷ୍ୟ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ। ସାରଜା କ୍ରିକେଟ୍ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଉଥିବା ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ୍ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ମୁମ୍ବାଇ ଟିମ୍ ବ୍ୟାଟିଂ କରିଥିଲା। ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ୨୦ ଓଭରରେ ୮ଟି ଓ୍ଵିକେଟ୍ ହରାଇ ୧୪୯ ରନ୍ କରିଥିଲା।
ଅଧିନାୟକ ରୋହିତ ଶର୍ମା ଓ କ୍ୱିଣ୍ଟନ୍ ଡି କକ୍ ମୁମ୍ବାଇର ଇନିଂସ ଆରମ୍ଭ କରିଥିଲେ। ସ୍କୋର ୧୨ ରନ୍ରେ ମୁମ୍ବାଇର ପ୍ରଥମ ଓ୍ଵିକେଟ୍ ଭାବେ ରୋହିତ୍ ଶର୍ମା (୪ରନ୍) ଆଉଟ୍ ହୋଇଥିଲେ। ସାଥୀ ଖେଳାଳି ଡି କକ୍ ମଧ୍ୟ ବେଶି ସମୟ ପର୍ଯ୍ୟନ୍ତ କ୍ରିଜ୍ରେ ରହିପାରି ନଥିଲେ। ସେ ୨୫ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ।
ମୁମ୍ବାଇର ଓପନର ଦ୍ୱୟ ଆଉଟ୍ ହେଲା ପରେ ଦଳର ଦାୟିତ୍ୱ ନେଇଥିଲେ ସୂର୍ଯ୍ୟକୁମାର ଯାଦବ (୩୬ ରନ୍, ୨୯ ବଲ, ୫ ଚୌକା) ଓ ଈଶାନ କିଷନ୍ (୩୩ ରନ୍, ୩୦ ବଲ, ୧ ଚୌକା, ୨ ଛକା)। ଉଭୟ ୪୨ ରନ୍ର ଭାଗିଦାରୀ ହୋଇପାରିଥିଲେ। କିରଣ ପୋଲାର୍ଡ ୪୧ ରନ୍ କରିଥିବା ବେଳେ ସୌରଭ ତିଓ୍ଵାରୀ ୧ ରନ୍, ନାଥାନ କଲଟର୍ ନାଇଲ୍ ୧ ରନ୍ କରିଥିଲେ। ସନ୍ଦୀପ ଶର୍ମା ମୁମ୍ବାଇର ୩ ଜଣ ଖେଳାଳିଙ୍କୁ ଆଉଟ୍ କରିଥିବା ବେଳେ ଜସନ୍ ହୋଲ୍ଡର ଓ ଶାହାନବାଜ୍ ନଦୀମ୍ ୨-୨ଟି ଓ୍ଵିକେଟ୍ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/El6COGwVcAArKN9.jpg)