ମିତାଲି ନେବେ ନେତୃତ୍ୱ: ଦକ୍ଷିଣ ଆଫ୍ରିକା ପାଇଁ ଭାରତୀୟ ମହିଳା ଦଳ

ନୂଆଦିଲ୍ଲୀ: ବିଦେଶ ମାଟିରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଆନ୍ତର୍ଜାତିକ ସାଙ୍ଗକୁ ୫ ମ୍ୟାଚ୍‌ ବିଶିଷ୍ଟ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଖେଳିବାକୁ ଭାରତୀୟ ମହିଳା କ୍ରିକେଟ୍‌ ଦଳ ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଦିନିକିଆ ଶୃଙ୍ଖଳା ପାଇଁ ବୁଧବାର ବିସିସିଆଇ (ଭାରତୀୟ କ୍ରିକେଟ୍‌ ବୋର୍ଡ) ଏକ ୧୬ ଜଣିଆ ଦଳ ଘୋଷଣା କରିଛି। ମିତାଲି ରାଜ୍‌ ଏହି ଦଳର ନେତୃତ୍ୱ ନେବାକୁ ମନୋନୀତ ହୋଇଥିଲା ବେଳେ ହର୍‌ମନ୍‌ପ୍ରୀତ୍‌ କୌର ଉପଅଧିନାୟିକା ରହିବେ। ତାନିୟା ଭାଟିଆ, ଜେମିମା ରୋଦ୍ରିଗୁଏଜ୍‌ ଓ ପୂଜା ଭଷ୍ଟ୍ରାକର ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ପକ୍ଷରୁ ଦିନିକିଆ ଆନ୍ତର୍ଜାତିକ ପଦାର୍ପଣ କରିବେ। ଫେବ୍ରୁଆରି ୫ରୁ ଭାରତ ଏହି ଶୃଙ୍ଖଳା ଖେଳିବ। ତେବେ ଟେ୍ଵଣ୍ଟି-୨୦ ଶୃଙ୍ଖଳା ପାଇଁ ଦଳ ପରେ ଘୋଷିତ ହେବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।
ଦିକିକିଆ ଦଳ: ମିତାଲି ରାଜ୍‌ (ଅଧିନାୟିକା), ହର୍‌ମନ୍‌ପ୍ରୀତ୍‌ କୌର (ଉପଅଧିନାୟିକା), ସୁଷମା ବର୍ମା ଓ ତାନିୟା ଭାଟିଆ (ଓ୍ଵିକେଟ୍‌ରକ୍ଷକ), ଏକ୍‌ତା ବିସ୍ତ, ସ୍ମୃତି ମାନ୍ଧାନା, ପୂନମ୍‌ ଯାଦବ, ପୂନମ୍‌ ରାଉତ, ରାଜେଶ୍ୱରୀ ଗାଏକ୍ୱାଡ, ଜେମିମା ରୋଦ୍ରିଗୁଏଜ୍‌, ଝୁଲଣ ଗୋସ୍ୱାମୀ, ଦୀପ୍ତି ଶର୍ମା, ଶିଖା ପାଣ୍ଡେ, ମୋନା ମେସ୍ରମ୍‌, ପୂଜା ଭଷ୍ଟ୍ରାକର, ବେଦ କୃଷ୍ଣମୂର୍ତ୍ତି।

ସମ୍ବନ୍ଧିତ ଖବର