ମୁମ୍ବାଇ: ହରମନପ୍ରୀତ କୌରଙ୍କ ନେତୃତ୍ୱରେ, ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱିତୀୟ ଥର ପାଇଁ ମହିଳା ପ୍ରିମିୟର ଲିଗ୍ ବିଜେତା ହୋଇଛି। ଦିଲ୍ଲୀ କ୍ୟାପିଟାଲ୍ସକୁ କ୍ରମାଗତ ତୃତୀୟ ଥର ପାଇଁ ଉପବିଜେତା ଭାବରେ ସନ୍ତୁଷ୍ଟ ହେବାକୁ ପଡିଛି। ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ରନ୍‌ରେ ପରାସ୍ତ କରି ଚଳିତ ସଂସ୍କରଣ ଟ୍ରଫି ହାତେଇଛି ମୁମ୍ବାଇ। 

Advertisment

ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଫାଇନାଲ୍ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୭ ୱିକେଟ୍ ହରାଇ ୧୪୯ ରନ୍ କରିଥିଲା । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୧ ରନ୍ କରିବାରେ ସକ୍ଷମ ହୋଇଥିଲା ।

ଦିଲ୍ଲୀ ଏହି ମ୍ୟାଚ୍ ଜିତିପାରିଥାନ୍ତା କିନ୍ତୁ ନିଜର ଭୁଲ ଯୋଗୁଁ ଦିଲ୍ଲୀ ପ୍ରାରମ୍ଭିକ ୱିକେଟ୍ ହରାଇଥିଲା । ଅଧିନାୟିକା ହରମନପ୍ରୀତ କୌରଙ୍କ ୬୬ ରନର ଚମତ୍କାର ଇନିଂସ ଏବଂ ନାଟ ସିଭର-ବ୍ରଣ୍ଟଙ୍କ ସହ ଅର୍ଦ୍ଧଶତକୀୟ ଭାଗୀଦାରୀ ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ ୭ ୱିକେଟରେ ୧୪୯ ରନ କରିପାରିଥିଲା। ମୁମ୍ବାଇ ପୁଣି ଥରେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଦିଲ୍ଲୀକୁ ନଅ ୱିକେଟରେ ୧୪୧ ରନରେ ସୀମିତ ରଖିଥିଲା।