ଲଣ୍ଡନ: ଅଷ୍ଟ୍ରେଲିଆରେ ଜନ୍ମିତ ଇଂଲଣ୍ଡର କ୍ରିକେଟର ମିଚ କ୍ଲେଡନଙ୍କୁ ବଲରେ ସାନିଟାଇଜର ଲଗାଇଥିବା ଅଭିଯୋଗରେ ନିଲମ୍ବିତ କରାଯାଇଛି। ମିଚଙ୍କୁ ତାଙ୍କ କାଉଣ୍ଟିଙ୍ଗ ଟିମ ସସେକ୍ସ ନିଲମ୍ବିତ କରିଛି | ଅଭିଯୋଗ ମୁତାବକ ୩୭ ବର୍ଷୀୟ ମିଚ ଗତ ମାସରେ ଏକ ମ୍ୟାଚ ଖେଳିଥିଲେ | ଏଥିରେ ସେ ତିନୋଟି ୱିକେଟ୍ ନେଇଥିଲେ। ତେବେ ମ୍ୟାଚ ସମୟରେ ବଲରେ ସାନିଟାଇଜର ଲଗାଇଥିବାର ଅଭିଯୋଗ ହୋଇଥିଲା |
ଏହି ଘଟଣାକୁ ନେଇ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ତଦନ୍ତ ଆରମ୍ଭ କରିଛି। ସସେକ୍ସ ନିଜ ୱେବସାଇଟରେ ଉଲ୍ଲେଖ କରିଛି ଯେ ମିଡଲ୍ସେକ୍ସ ବିପକ୍ଷ ମ୍ୟାଚ୍ ସମୟରେ ବଲରେ ସାନିଟାଇଜର ଲଗାଇଥିବା ଅଭିଯୋଗର ଇସିବି ଅନୁସନ୍ଧାନର ଫଳାଫଳ ଆସିବା ପର୍ଯ୍ୟନ୍ତ ମିଚ୍ କ୍ଲେଡନଙ୍କୁ ନିଲମ୍ବିତ କରାଯାଇଛି।
କରୋନା ଭାଇରସ ମହାମାରୀ ମଧ୍ୟରେ ଥିବା କଠୋର ସ୍ୱାସ୍ଥ୍ୟ ନିୟମ ଅନୁଯାୟୀ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଏବଂ ବିଭିନ୍ନ ଦେଶର ବୋର୍ଡ ବଲକୁ ଚମକାଇବା ପାଇଁ ବଲରେ ଲାଳ ବ୍ୟବହାରକୁ ବାରଣ କରିଛନ୍ତି | କିନ୍ତୁ ଅନ୍ୟ କୌଣସି କୃତ୍ରିମ ପଦାର୍ଥ ବ୍ୟବହାର ପାଇଁ ମଧ୍ୟ ଅନୁମୋଦନ ଦେଇନାହାନ୍ତି | ତେବେ ମିଚ ସାନିଟାଇଜର ବ୍ୟବହାର କରିଥିବାରୁ ତାଙ୍କୁ ଏହି ନିଲମ୍ବନ କରାଯାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/mitch_claydon_2_0.jpg)