ଆଇସିସି ବିଶ୍ୱକପ୍‌ ଭଳି ହେବ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌: ମାଇକେଲ କ୍ଲାର୍କ

ଅଗଷ୍ଟ ପହିଲାରୁ ଆରମ୍ଭ, ୨୭ ଶୃଙ୍ଖଳାରେ ଖେଳାଯିବ ୭୧ ମ୍ୟାଚ୍‌

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ୍‌ କ୍ଲାର୍କ କହିଛନ୍ତି, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଆଇସିସି ବିଶ୍ୱକପ୍‌ ଭଳି ହେବ। ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଅଗଷ୍ଟ ପହିଲାରୁ ଆରମ୍ଭ ହେବ। ମୋଟ ୨୭ଟି ଶୃଙ୍ଖଳାରେ ୭୧ଟି ମ୍ୟାଚ୍‌ ଖେଳାଯିବ।

ବର୍ମିହାମ୍‌ର ଏଜବାଷ୍ଟନ ଷ୍ଟାଡିୟମରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସେସ୍‌ ଶୃଙ୍ଖଳା ଅନ୍ତର୍ଗତ ବହୁପ୍ରତିକ୍ଷୀତ ଏହି ମ୍ୟାଚ୍‌ ଆରମ୍ଭ ହେବ। କ୍ଲାର୍କଙ୍କ କହିବା ଅନୁସାରେ ଏହି ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଟେଷ୍ଟ କ୍ରିକେଟରେ ଏକ ନୂତନ ପରିବର୍ତ୍ତନ ଆଣିବ, ଯାହାକି ଟେଷ୍ଟ କ୍ରିକେଟ୍‌ ପାଇଁ ଆବଶ୍ୟକତା ଥିଲା।

ସୂଚନାଯୋଗ୍ୟ ମାଇକେଲ୍‌ କ୍ଲାର୍କ ଭାରତ ଗସ୍ତରେ ଆସିଛନ୍ତି। ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ମେଡ ଆଚିଭର୍ସ ଦ୍ୱାରା ଆୟୋଜିତ କରାଯାଇଥିବା ମେଡପାର୍ଲିଆମେଣ୍ଟରେ ଅଂଶଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଶ୍ୱର ସ୍ୱାସ୍ଥ୍ୟ ଜଗତ ସହିତ ଜଡ଼ିତ ଷ୍ଟାର୍ଟଅପ ଅଂଶଗ୍ରହଣ କରିଛନ୍ତି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିବେଶକୁ ନେଇ ଆଲୋଚନା କରିଛନ୍ତି। ଏହି ଅବସରରେ ମାଇକେଲ କ୍ଲାର୍କ ଆଇସିସି ଚାମ୍ପିଅନ୍‌ସିପ୍‌ ନେଇ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର