ଚଣ୍ଡିଗଡ଼: କିଂବଦନ୍ତି ଧାବକ ମିଲ୍ଖା ସିଂହଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିିଛି। ସମ୍ପ୍ରତି ସେ ଘରେ ସଂଗରୋଧରେ ରହିଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ‘‘ଜଗିଂ ସାରି ଘରକୁ ଫେରିବା ପରେ ବୁଧବାର ସଂଧ୍ୟାରେ ମୋ ରିପୋର୍ଟ ପଜିଟିଭ୍ ଥିବା ଜାଣିବାକୁ ପାଇଲି। କୌଣସି ପ୍ରକାର ଲକ୍ଷଣ ମୋର ନାହିଁ। ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି। କେହି ବ୍ୟସ୍ତ ହୁଅନ୍ତୁ ନାହିଁ। ଗତ ସଂଧ୍ୟାରେ ଟିକେ ଜ୍ବର ଥିଲା କିନ୍ତୁ ଏବେ ଏସବୁ କିଛି ନାହିଁ। ଶୀଘ୍ର ସୁସ୍ଥ ହୋଇ ଫେରିବି ବୋଲି ୧୯୫୮ ଓ ୧୯୬୨ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଉଡନ୍ତା ଶିଖ୍ ଭାବେ ପରିଚିତ ମିଲ୍ଖା ଫୋନ୍ରେ ଏକ ଗଣମାଧ୍ୟମକୁ କହିଛନ୍ତି। ୯୧ ବର୍ଷୀୟ ମିଲ୍ଖା ସୁସ୍ଥ ହେବା ପରେ ଟିକା ନେବେ। ସଂପ୍ରତି ଚଣ୍ଡିଗଡ଼ସ୍ଥିତ ସେକ୍ଟର ୮ରେ ପତ୍ନୀ ନିର୍ମଲ କୌର ତାଙ୍କ ସେବା କରୁଛନ୍ତି। ତାଙ୍କ ପୁଅ ଗଲ୍ଫ ତାରକା ଜୀଭ ମିଲ୍ଖା ସିଂହ ଏବେ ଦୁବାଇରେ ଅଛନ୍ତି। ବାପାଙ୍କ ସ୍ବାସ୍ଥ୍ୟ ଠିକ୍ ନଥିବାରୁ ସେ ଶନିବାର ଭାରତ ଫେରିବେ ବୋଲି କହିଛନ୍ତି।
କିଂବଦନ୍ତି ଧାବକ ମିଲ୍ଖାଙ୍କୁ କରୋନା
/sambad/media/post_attachments/wp-content/uploads/2021/05/milkha-sing.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)