ନୂଆଦିଲ୍ଲୀ: ଗତକାଲି ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସକୁ ପଞ୍ଜାବ କିଙ୍ଗସଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ଶିଖର ଧାୱନଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗ ଗୁଜୁରାଟ ଟାଇଟାନ୍ସକୁ ୩ ୱିକେଟରେ ଗତକାଲି ପରାସ୍ତ କରିଥିଲା । ଏହାରି ଭିତରେ ଗୁଜୁରାଟ ଟାଇଟାନ୍ସ ପାଇଁ ବର୍ତ୍ତମାନ ଏକ ଖରାପ ଖବର ଆସୁଛି। ବାସ୍ତବରେ ଗୁଜୁରାଟ ଟାଇଟାନ୍ସର ଭେଟେରାନ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ଡେଭିଡ ମିଲର ପ୍ରାୟ ୨ ସପ୍ତାହ ପଡ଼ିଆରୁ ଦୂରରେ ରହିବେ। ବର୍ତ୍ତମାନ ଡେଭିଡ ମିଲର ଆଘାତ ସହ ସଂଘର୍ଷ କରୁଛନ୍ତି। ଶୁଭମାନ ଗିଲଙ୍କ ଦ୍ୱାରା ପରିଚାଳିତ ଗୁଜୁରାଟ ଟାଇଟାନ୍ସ ପାଇଁ ଡେଭିଡ ମିଲରଙ୍କ ଅନୁପସ୍ଥିତି ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି । ଏହାପୂର୍ବରୁ ପଞ୍ଜାବ କିଙ୍ଗସ ବିପକ୍ଷରେ ଡେଭିଡ ମିଲର ଗୁଜୁରାଟ ଟାଇଟାନ୍ସ ପାଇଁ ଖେଳିପାରିନଥିଲେ |

Advertisment

କିନ୍ତୁ ବିଶ୍ୱାସ କରାଯାଉଥିଲା ଯେ ସେ ପରବର୍ତ୍ତୀ ମ୍ୟାଚ୍ ବେଳକୁ ଗୁଜୁରାଟ ଟାଇଟାନ୍ସ ପାଇଁ ଖେଳିବାକୁ ଫିଟ୍ ହୋଇଯାଇଥିବେ | କିନ୍ତୁ ବର୍ତ୍ତମାନ ଗୁଜୁରାଟ ଟାଇଟାନ୍ସ ମ୍ୟାନେଜମେଣ୍ଟ ଏବଂ ପ୍ରଶଂସକଙ୍କ ପାଇଁ ଖରାପ ଖବର ଆସୁଛି | ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଡେଭିଡ ମିଲର ଗୁଜୁରାଟ ଟାଇଟାନ୍ସ ପାଇଁ ଖେଳିପାରିନଥିଲେ |ତାଙ୍କ ବଦଳରେ କେନ ୱିଲିୟମସନଙ୍କୁ ସ୍ଥାନ ଦିଆଯାଇଥିଲା | କେନ୍ ୱିଲିୟମ୍ସନ୍ ୨୨ ବଲରେ ୨୬ ରନ୍ ଯୋଗଦାନ କରିଥିଲେ |
ଉଲ୍ଲେଖ ଥାଉ କି ଗତକାଲି ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୧୯୯/୪ (ଶୁବମନ ଗିଲ୍ ୮୯, ସାଇ ସୁଦର୍ଶନ ୩୩, କେନ୍ ୱିଲିୟମସନ୍ ୨୬, ରାହୁଲ ତିୱାତିଆ ୨୩ କରିଥିବାବେଳେ ପଞ୍ଜାବ କିଙ୍ଗ୍ସ ୧୯.୫ ଓଭରରେ ୨୦୦ (ଶଶାଙ୍କ ସିଂହ ୬୧, ପ୍ରଭସିମରନ୍ ସିଂହ ୩୫, ଆଶୁତୋଷ ଶର୍ମା ୩୧, ଜନି ବେୟାରଷ୍ଟୋ ୨୨ ରନ କରି ବିଜୟୀ ହୋଇଥିଲେ |