ଭୁବନେଶ୍ୱର: ଜୁଲାଇ ମାସରେ ପୋଲାଣ୍ଡ୍ରେ ହେବାକୁ ଥିବା ବିଶ୍ୱକପ୍ ହ୍ଵିଲ୍ଚେୟାର ଫେନ୍ସିଂ ପ୍ରତିଯୋଗିତା ଲାଗି ମନୋନୀତ ଓଡ଼ିଆ ପୁଅ ରାଖାଲ ସେଠୀଙ୍କୁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସମ୍ବର୍ଧିତ କରିବା ସହିତ ନୂଆ ହ୍ଵିଲ୍ଚେୟାର୍ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ତର୍ଜାତୀୟସ୍ତରର ହ୍ଵିଲ୍ଚେୟାର ପାଇଁ ରାଖାଲଙ୍କୁ ୩ ଲକ୍ଷ ଟଙ୍କାର ଆବଶ୍ୟକତା ଥିବାରୁ ମନ୍ତ୍ରୀ ବିଭାଗରୁ ଏଭଳି ସହାୟତା କରିବା ଲାଗି କହିଛନ୍ତି। ରାଖାଲଙ୍କ ସହିତ ଓଡ଼ିଶା ଦିବ୍ୟାଙ୍ଗ ସଂଘ ସମ୍ପାଦିକା ନମିତା ସାହୁ ମଧ୍ୟ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ସମ୍ପ୍ରତି ମଣିପୁରଠାରେ ଅନୁଷ୍ଠିତ ଏକାଦଶ ଜାତୀୟ ହ୍ଵିଲଚେୟାର ଫେନ୍ସିଂ ପ୍ରତିଯୋଗିତାରେ ରାଖାଲ ୩ ସ୍ୱର୍ଣ୍ଣ ସହିତ ମୋଟ ୪ ପଦକ ଜିତି ବିଶ୍ୱକପ୍ ଯୋଗ୍ୟତା ଅର୍ଜନ କରିଥିଲେ।
ରାଖାଲଙ୍କୁ ମିଳିଲା ମନ୍ତ୍ରୀଙ୍କ ପ୍ରତିଶ୍ରୁତି
/sambad/media/post_attachments/wp-content/uploads/2018/03/11-Rakhal-Prafulla.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)