ଭୁବନେଶ୍ୱର: ଉତ୍ତରାଖଣ୍ଡର ନୈନିତାଲଠାରେ ଭାରତୀୟ ସାଇକ୍ଲିଂ ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନୋଏଡ଼ାର ବିଧାୟକ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପୁଅ ପଙ୍କଜ ସିଂହଙ୍କୁ ସଭାପତି ଭାବେ ନିର୍ବାଚିତ କରାଯାଇଛି। ପଙ୍କଜଙ୍କ ବିରୋଧରେ କେହି ବି ପ୍ରାର୍ଥୀ ହୋଇନଥିଲେ। ଲଗାତର ଦ୍ୱିତୀୟ ଥର ପାଇଁ ମନିନ୍ଦ୍ରପାଲ ସିଂହ ମହାସଚିବ ହୋଇଥିଲା ବେଳେ ସୁଦେଶ କୁମାର କୋଷାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି। ଭାରତୀୟ ସାଇକ୍ଲିଂ ସଂଘର ଏହି ଏଜିଏମରେ ଓଡ଼ିଶା ସମେତ ୨୬ଟି ରାଜ୍ୟ ସଂଘ ଭାଗ ନେଇଥିଲେ। ଏହି ଅବସରରେ ଓଡ଼ିଶାର ପ୍ରଥମ ଅର୍ଜୁନ ପୁରସ୍କାର ବିଜୟିନୀ ମିନତି ମହାପାତ୍ରଙ୍କୁ ବାର୍ଷିକ ସାଧାରଣ ପରିଷଦ ବୈଠକରେ ଭାରତୀୟ ସାଇକ୍ଲିଂ ସଂଘର ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା। ତା’ ସହ ଭାରତୀୟ ସାଇକ୍ଲିଂ ସଂଘର ଆଥଲେଟ୍ କମିସନର ସଦସ୍ୟ ଭାବେ ମଧ୍ୟ ସେ ନିର୍ବାଚିତ ହୋଇଛନ୍ତି। କୌଣସି ଅଲିମ୍ପିକ୍ କ୍ରୀଡ଼ାର ଜାତୀୟ ସଂଘ ପକ୍ଷରୁ ଲାଇଫ୍ ଟାଇମ୍ ପୁରସ୍କାର ପାଇବାରେ ମିନତି ପ୍ରଥମ ଓଡ଼ିଆ।
ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ପୁରସ୍କାର ପାଇଲେ ମିନତି
/sambad/media/post_attachments/wp-content/uploads/2023/04/546f5hsfhfhffhsfh.jpg)