ଭାରୋତ୍ତଳନରେ ସ୍ବର୍ଣ୍ଣ ପଦକ ଜିତିଲେ ମୀରାବାଈ ଚାନୁ

ଲଣ୍ଡନ : ବର୍ମିହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଗୌରବ ଆଣିଛନ୍ତି ମୀରାବାଈ ଚାନୁ । ସେ ୪୯ କିଲୋଗ୍ରାମ ଭାରୋତ୍ତଳନରେ ସ୍ବର୍ଣ୍ଣ ଜିତିଛନ୍ତି । ଚଳିତ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଏହା ଭାରତର ପ୍ରଥମ ସ୍ବର୍ଣ୍ଣ । ମୋଟ ୧୯୭ କିଲୋଗ୍ରାମ ଭାର ଉତ୍ତୋଳନ କରି ସେ ରାଜ୍ୟଗୋଷ୍ଠୀ ରେକର୍ଡ କରିବା ସହ ନିଜର ପୂର୍ବ ସଫଳତା ଦୋହରାଇଛନ୍ତି । ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବି ସେ ସ୍ବର୍ଣ୍ଣ ଜିତିଥିଲେ ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଦିନଟି ଭାରତ ପାଇଁ ବେଶ ସ୍ମରଣୀୟ ଥିଲା । ପ୍ରଥମେ ସଂକେତ ସରଗର ଭାରୋତ୍ତଳନରେ ରୌପ୍ୟ ଜିଣି ଭାରତ ପାଇଁ ପ୍ରଥମ ପଦକ ଆଣିଥିବାବେଳେ ପରେ ପି.ଗୁରୁରାଜା ପୁରୁଷ ୬୧କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ଜିତିଥିଲେ ।

ସଂକେତ ଆଜି ୫୫ କିଲୋଗ୍ରାମ ଭାରୋତ୍ତଳନରେ ରୌପ୍ୟ ପଦକ ଜିତିଥିବାବେଳେ ଏହି ବର୍ଗରେ ମାଲେସିଆର ଅନିକ ମହମ୍ମଦ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ଜିତିଥିଲେ । ସଂକେତ ମୋଟ ୨୪୮ କିଲୋଗ୍ରାମ ଉଠାଇଥିଲେ, ତା ମଧ୍ୟରୁ ୧୧୩ କିଲୋଗ୍ରାମ ସ୍ନାଚ୍ ଓ ୧୩୫ କିଲୋଗ୍ରାମ କ୍ଲିନ ଏଣ୍ଡ ଜାର୍କ ଅନ୍ତର୍ଭୁକ୍ତ ।

ସମ୍ବନ୍ଧିତ ଖବର