ମୀରପୁର: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ୍ରେ ଘରୋଇ ବାଂଲାଦେଶ ପରାଜୟ ଦ୍ବାରରେ ପହଞ୍ଚିଛି। ମ୍ୟାଚ୍ ଆଉ ୩ ଦିନ ଥିଲା ବେଳେ ଘରୋଇ ଦଳ ପାଳି ପରାଜୟ ଏଡ଼ାଇବାକୁ ୧୦୧ ରନ୍ ପଛରେ ରହିଛି ଏବଂ ହାତରେ ୭ ୱିକେଟ୍ ରହିଛି। ପ୍ରଥମ ପାଳିରେ ବାଂଲାଦେଶ ୧୦୬ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଜବାବରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ୩୦୮ ରନ୍ କରିଛି। ୨୦୨ ରନ୍ରେ ପଛରେ ଥିବା ବାଂଲାଦେଶ ଦ୍ବିତୀୟ ପାଳିରେ ୩ ୱିକେଟ୍ ହରାଇ ୧୦୧ ରନ୍ କରିଛି। ମହମୁଦୁଲ ହାସନ ଜୟ ୩୮* ଓ ମୁସଫିକର ରହିମ ୩୧* ବ୍ୟାଟିଂ ଜାରି ରଖିଛନ୍ତି। କାଗିସୋ ରବାଡ଼ା ୨ ଓ କେଶବ ମହାରାଜ ଗୋଟିଏ ୱିକେଟ୍ ନେଇଛନ୍ତି। ମଙ୍ଗଳବାର ୧୪୦/୬ରୁ ଖେଳ ଆରମ୍ଭ କରିଥିବା ଭ୍ରମଣକାରୀ ଦଳ ୧୬୮ ରନ୍ ଯୋଡ଼ି ଅଲ୍ଆଉଟ୍ ହୋଇଥିଲା। କାଇଲ ଭେରେନି (୧୧୪) ଶତକ ଓ ୱିୱାନ ମଲଡର (୫୪) ଅର୍ଦ୍ଧଶତକ ହାସଲ କରିବାରୁ ଦକ୍ଷିଣ ଆଫ୍ରିକା ୩୦୦ ରନ୍ ପାର କରିଥିଲା।
ସଂକ୍ଷିପ୍ତ ସ୍କୋର୍: ବାଂଲାଦେଶ ପ୍ରଥମ ପାଳି ୪୦.୧ ଓଭରରେ ୧୦୬/୧୦। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି ୮୮.୪ ଓଭରରେ ୩୦୮ (କାଇଲ ଭେରେନି ୧୧୪, ୱିୱାନ ମଲଡର୍ ୫୪, ଡିଆନ୍ ପିଡ୍ ୩୨, ତାଇଜୁଲ ଇସ୍ଲାମ୍-୫/୧୨୨, ହାସନ ମେହମ୍ମୁଦ-୩/୬୬)। ବାଂଲାଦେଶ ଦ୍ବିତୀୟ ପାଳି ୨୭.୧ ଓଭରରେ ୧୦୧/୩ (ମହମୁଦୁଲ ହାସନ ଜୟ ୩୮*, ମୁସଫିକର ରହିମ ୩୧*, ନଜମୁଲ ହୁସେନ ସାଣ୍ଟୋ ୨୩, କାଗିସୋ ରବାଡ଼ା ୨/୧୦, କେଶବ ମହାରାଜ ୧/୩୩)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/10/23/wxUaXIC1LTZ9N01i9fGn.jpg)