ମିସ୍‌ବା ଉଲ-ହକ୍‌ ହୋଇପାରନ୍ତି ପାକିସ୍ତାନର ଆଗାମୀ କୋଚ, ଦୌଡ଼ରେ ଅଛନ୍ତି ମାଇକ୍‌ ହାସନ୍‌

ଲାହୋର: ପାକିସ୍ତାନର ପୂର୍ବତନ ଅଧିନାୟକ ମିସବା ଉଲ୍‌-ହକ୍‌ ଟିମ୍‌ର ମୁଖ୍ୟ କୋଚ୍‌ ହୋଇପାରନ୍ତି। ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ନିକଟରେ ମୁଖ୍ୟ କୋଚ୍‌ ମିକି ଆର୍ଥରଙ୍କ ଅନୁବନ୍ଧ ଆଗକୁ ବଢ଼ାଇବା ନେଇ ନିଷ୍ପତ୍ତି ନେଇଥିଲା। ମାତ୍ର ପାକିସ୍ତାନର ଏକ ଜଣାଶୁଣା ଖବରକାଗଜ ୪୫ ବର୍ଷିଅ ମିସବାଙ୍କୁ ମୁଖ୍ୟ କୋଚ୍‌ ଭାବେ ଉପସ୍ଥାପନ କରିଛି। ସେହପରି ଏକ ଅନ୍ୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ନ୍ୟୁଜିଲାଣ୍ଡର ପୂର୍ବତନ କୋଚ ମାଇକ୍‌ ହାସନ୍‌ ଏହି ପଦ ପାଇଁ ଦୌଡ଼ରେ ସାମିଲ ଅଛନ୍ତି।

ଇଂଣଣ୍ଡ ଏବଂ େଓ୍ଵଲସ୍‌ରେ ଗତ ଜୁଲାଇ ୧୪ରେ ଶେଷ ହୋଇଥିବା ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌-୨୦୧୯ରେ ପାକିସ୍ତାନୀ ଟିମ୍‌ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରୁ ବାହାରି ଯାଇଥିଲା। ଏହା ପରେ ମୁଖ୍ୟ କୋଚ୍‌ ସମେତ ଅନ୍ୟ କୋଚଙ୍କ ଅନୁବନ୍ଧ ଆଗକୁ ନ ବଢ଼ାଇବା ପାଇଁ ଅନୁମାନ କରାଯାଉଥିଲା ଏବଂ ଶେଷରେ ତାହା ହିଁ ହୋଇଛି। ପିସିବି ଆର୍ଥରଙ୍କ ସହିତ କୌଣସି କୋଚିଂ ଷ୍ଟାଫଙ୍କ କାର୍ଯ୍ୟକାଳ ଆଗକୁ ନବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର