ପାକ୍‌ର ପୂର୍ବତନ କ୍ୟାପ୍‌ଟେନ୍‌ଙ୍କ ମୁହଁରେ ଧୋନୀଙ୍କ ପ୍ରଶଂସା, ଧୋନୀ ଅଧିନାୟକ ହେବା ପରେ ଟିମ୍‌ ଇଣ୍ଡିଆକୁ ମିଳିଛି ଅନେକ ସଫଳତା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ପ୍ରଂଶସା କରିଛନ୍ତି ପାକିସ୍ତାନ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମିସବା ଉଲ୍‌ ହକ୍‌। ମିସବା କହିଛନ୍ତି, ଭାରତୀୟ କ୍ରିକେଟ ଦଳରେ ଯେଉଁ ଭଳି ବଡ଼ ଧରଣର ପରିବର୍ତ୍ତନ ଆସିଛି, ସେଥିରେ ଧୋନୀଙ୍କ ଅବଦାନ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। ରାହୁଲ ଦ୍ରାବିଡ ଏବଂ ସୌରଭ ଗାଙ୍ଗୁଲି ମଧ୍ୟ ଅଧିନାୟକ ଭାବେ ଭଲ ପ୍ରଦର୍ଶନ କରିଛନ୍ତି କିନ୍ତୁ ଧୋନି ଅଧିନାୟକ ହେବା ପରେ ଭାରତ ଅଧିକ ସଫଳତା ପାଇଛି ବୋଲି ମିସବା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ଯବାନଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ ଆଉ ଆତଙ୍କୀ ହମଲାର ଜବାବ ପାଇଁ ପାକିସ୍ତାନ ବାଲାକୋଟରେ ଭାରତର ଏୟାରଷ୍ଟ୍ରାଇକ୍‌। ଏହି ଦୁଇଟି ବଡ଼ ଘଟଣା ପରେ ଭାରତ-ପାକିସ୍ତାନ ସମ୍ପର୍କରେ ତିକ୍ତତା ଆହୁରି ବଢିଯାଇଥିଲା। ଆଉ ଏହି ଘଟଣାର ପ୍ରଭାବ ବିଶ୍ୱକପ କ୍ରିକେଟରେ ପଡ଼ିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ଏପରିକି ବିଶ୍ୱକପରେ ପାକିସ୍ତାନ ସହ ଭାରତ ନ ଖେଳିବା ନେଇ ମଧ୍ୟ ଆଲୋଚନା ଲାଗି ରହିଥିଲା। ଆଉ ଶେଷରେ ଭାରତ-ପାକିସ୍ତାନ ମ୍ୟାଚ ହେବା ନେଇ ସ୍ପଷ୍ଟ କରିଥିଲା ଆଇସିସି।

ସମ୍ବନ୍ଧିତ ଖବର