ଆନନ୍ଦପୁର: ଆନନ୍ଦପୁର କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଟାଉନ ଷ୍ଟାଡିୟମ୍ରେ ଚାଲିଥିବା ଷଷ୍ଠ ରାଜ୍ୟସ୍ତରୀୟ କୁଶ ପଟ୍ଟନାୟକ ସ୍ମାରକୀ ଫୁଟ୍ବଲ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ବାଲେଶ୍ବର ମିସନ ଟାଇଗର ପ୍ରବେଶ କରିଛି। ବୁଧବାର ଏହି ଦଳ ୪-୦ ଗୋଲ୍ରେ ଶିମିଳିପାଳ ଏଫ୍ସିକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧରେ ମିସନ ଟାଇଗର ଦଳର ମନୋଜ ମାଝୀ ଦୁଇଟି ଚମତ୍କାର ଗୋଲ୍ ଦେଇଥିଲେ।
ଦ୍ଵିତୀୟାର୍ଦ୍ଧରେ ଧକନ ସିଂ, ସୁକୁଳା ମୁର୍ମୁ ଆଉ ଦୁଇଟି ଗୋଲ ଦେଇ ଦଳକୁ ବିଜୟ ଭେଟି ଦେଇଥିଲେ। ଅବସରପ୍ରାପ୍ତ ଏସ୍ପି ବିକାଶ ଦାଶ ମୁଖ୍ୟଅତିଥି, ଭେଟେରାନ ଫୁଟ୍ବଲ୍ ଖେଳାଳି ଗୋପବନ୍ଧୁ ସାହୁ, ଅମରେଶ ସିଂ ସମ୍ମାନିତ ଅତିଥିଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ରେଫରି ଆଲୋକ ଦେହୁରୀ, ଧନେଶ୍ଵର ସର୍ଦ୍ଦାର, ଚନ୍ଦନ ସାହୁ, ଆୟୁଷକାନ୍ତି ସ୍ଵାଇଁ ମ୍ୟାଚ୍ ପରିଚାଳନା କରିଥିଲେ।
ଆହୁରି ପଢ଼ନ୍ତୁ: State Bank Of India: ଷ୍ଟେଟ୍ ବ୍ୟାଙ୍କ ଚତୁର୍ଥ ବଡ଼ ମୂଲ୍ୟବାନ ସଂସ୍ଥା, ପଛରେ ପଡ଼ିଲା ଟିସିଏସ୍
କ୍ରୀଡ଼ା ସଂସଦ ଉପସଭାପତି ନିରାକାର ଦଳେଇ, ବିନୋଦ ମିଶ୍ର, ସମ୍ପାଦକ ଗଗନ ସିଂ, ସହସମ୍ପାଦକ ଅକ୍ଷୟ କୁମାର ମହାନ୍ତି, ରମେଶ ସିଂ, ସଦସ୍ୟ ଅଶୋକ କୁମାର ରାଉଳ, ନିକୁଞ୍ଜ ବିହାରୀ ମିଶ୍ର, ହାଡ଼ିବନ୍ଧୁ ଖୁଣ୍ଟିଆ, ଅଖିଳ କୁମାର ପଟ୍ଟନାୟକ, ବସନ୍ତ କୁମାର ସାହୁ, ମନୋରଂଜନ ସିଂ, ଆଦିକନ୍ଦ ମହାକୁଡ଼, ତପନ ଜେନା, ପ୍ରସନ୍ନ କୁମାର ମିଶ୍ର, ଅବିନେଶ ମିଶ୍ର, ବାଇଧର ସେଠୀ, ଅଜୟ ସେଠୀ, ସଞ୍ଜୀବ କୁମାର ସିଂ, ସୁଦର୍ଶନ ରଣା, ମାର୍କଣ୍ଡ ସାମଲ, ସୁଶାନ୍ତ ସାମଲ, ବିରଜା ପ୍ରସାଦ ନାୟକ ସହଯୋଗ କରିଥିଲେ। ଗୁରୁବାର ୟୁନାଇଟେଡ କ୍ଲବ୍ ଗଣ୍ଡରପୁର ଓ ମା’ ଆଦିଶକ୍ତି କ୍ଲବ୍ ମୟୂରଭଞ୍ଜ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/11/1001506902_070631_9112-1-2026-02-11-19-49-56.jpg)