ନୂଆଦିଲ୍ଲୀ: ବିବିସିର ୧୦୦ ଜଣିଆ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟିକା ମିତାଲି ରାଜ୍ଙ୍କୁ ସ୍ଥାନ ମିଳିଛି। ମିତାଲିଙ୍କ ବ୍ୟତୀତ ଦିଲ୍ଲୀର ଈରା ତ୍ରିବେଦୀ ଓ ତୁଳିକା କୀରଣ, ବାଙ୍ଗାଲୋରର ଆଦିତି ଅଭସ୍ତିଓ ମେହରୁନିଶା ସିଦ୍ଦିକ୍ଙ୍କ ସାଙ୍ଗକୁ ଡ. ଉର୍ବସୀ ସାହନି ଓ ନିତ୍ୟା ଥୁମାଲାଚେଟ୍ଟୀ ଅନ୍ୟ ଭାରତୀୟ ମହିଳା ଭାବେ ଏହି ତାଲିକାରେ ସାମିଲ ହୋଇଛନ୍ତି। ବୁଧବାର ବିବିସି ପକ୍ଷରୁ ଏହି ତାଲିକା ପ୍ରକାଶ କରାଯାଇଛି। ତାଲିକାରେ ଯନ୍ତ୍ରୀଙ୍କଠୁ ଆରମ୍ଭ କରି ସୃଜନଶୀଳ ଶିଳ୍ପ, କ୍ରୀଡ଼ାରୁ ବ୍ୟବସାୟ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଦକ୍ଷ ମହିଳାଙ୍କୁ ନେଇ ଏହି ତାଲିକା ପ୍ରସ୍ତୁତ ହୋଇଛି ବୋଲି ବିବିସି ପକ୍ଷରୁ କୁହାଯାଇଛି। ତାଲିକାରେ ସାମିଲ ହୋଇଥିବା ମହିଳାମାନେ ସାରା ବିଶ୍ୱରେ ଏବେ ମହିଳାଙ୍କ ଜୀବନୀକୁ ନେଇ ଦେଖାଦେଉଥିବା ଦୈନଦିନ ସମସ୍ୟାର ସମାଧାନ ବାଟ ବାହାର କରିବା ପାଇଁ ୪ ଦଳରେ ବିଭକ୍ତ ହୋଇଛନ୍ତି।
ଆସନ୍ତା ଅକ୍ଟୋବର ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଏହି ଦଳ କାର୍ଯ୍ୟ ଆରମ୍ କରିବେ। ସେହିପରି ସିଲିକନ୍ ଭାଲିରେ ଗୋଟିଏ ଦଳ ଅକ୍ଟୋବର ୨ରୁ ୬ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ ନିର୍ବାହ କରିବ। ମିତାଲି ଜଣେ କ୍ରିକେଟର୍ ଭାବେ ସାମିଲ ହୋଇଥିଲା ବେଳେ ଈରା ଜଣେ ଲେଖିକା, ଯୋଗ ଶିକ୍ଷକ ଓ ସାମାଜି କର୍ମୀ ଭାବେ ଖ୍ୟାତି ବହନ କରିଛନ୍ତି। ଆଦିତି ବୈଷୟିକ ପ୍ରତିଷ୍ଠାନ ଏମ୍ବାଇବ୍ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ। ତୁଳିକା ତିହାର ଜେଲ୍ରେ ଶିଶୁମାନଙ୍କୁ ପ୍ରାୟ ୮ ବର୍ଷ ଧରି ଶିକ୍ଷା ଦେଇ ଆସୁଛନ୍ତି। ୬୫ ବର୍ଷିୟା ମେହରୁନିଶା ହେଉଛନ୍ତି ଭାରତୀୟ ଅଭିନେତା ନଓ୍ଵାଜଦ୍ଦିନ୍ ସିଦ୍ଦିକ୍ଙ୍କ ମା। ଉର୍ବସୀ ଜଣେ ସାମାଜିକ ବ୍ୟବସାୟୀ, ମହିଳାଙ୍କ ଅଧିକାରକୁ ନେଇ ଲଢ଼େଇ କରୁଥିବା ସାମାଜିକ କର୍ମୀ ତଥା ଶିକ୍ଷାବିତ୍। ସେହିପରି ନିତ୍ୟା ଏବେ କେୟାରସେଣ୍ଟ୍ରାରେ ଜଣେ ବ୍ୟବସାୟ ବିଶ୍ଲେଷିକା। ଏହି ପ୍ରଭାବଶାଳୀ ମହିଳାମାନେ ବିବିସିର ୧୦୦ ତାଲିକାରେ ସାମିଲ ହୋଇ ଭାରତକୁ ଗୌରବାନ୍ଵିତ କରିଛନ୍ତି।
ବିବିସିର ୧୦୦ ମହିଳା ତାଲିକାରେ ମିତାଲି
/sambad/media/post_attachments/wp-content/uploads/2017/09/mitali.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)