କୋଚ୍‌ ରମେଶ ପୋଓ୍ଵାର ମୋତେ ଅପମାନିତ କରିଛନ୍ତି: କ୍ରିକେଟର ମିତାଲି ରାଜ୍‌

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ର ଖେଳାଳି ମିତାଲି ରାଜ କୋଚ୍‌ ରମେଶ ପୋଓ୍ଵାରଙ୍କ ବିରୋଧରେ ମଙ୍ଗଳବାର ଅଭିଯୋଗ ଆଣିଛନ୍ତି। ମହିଳା ବିଶ୍ୱ ଟି-୨୦ର ସେମିଫାଇନାଲ ମ୍ୟାଚ୍‌ରେ ତାଙ୍କୁ ଦଳରେ ସାମିଲ କରା ନ ଯିବା ପରେ ସେ ଏହି ଅଭିଯୋଗ ଆଣିଛନ୍ତି। ମିତାଲି ବିସିସିଆଇ (ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ)କୁ ପଠାଇଥିବା ଇ-ମେଲ୍‌ରେ ନିଜର ପକ୍ଷ ରଖିଛନ୍ତି।

ମିତାଲି କୋଚ୍‌ ରମେଶ ପୋଓ୍ଵାରଙ୍କୁ ଟାର୍ଗେଟ କରିଛନ୍ତି।  ପୋଓ୍ଵାରଙ୍କ ଭେଦଭାବ ଯୋଗୁଁ ତାଙ୍କୁ ସେମିଫାଇନାଲରେ ଖେଳିବାକୁ ସୁଯୋଗ ମିଳି ନ ଥିଲା। କ୍ରିକେଟ ପ୍ରଶାସକ କମିଟିର ସଦସ୍ୟା ଡାଏନା ଏଡୁଲଜିଙ୍କ ବିରୋଧରେ ମଧ୍ୟ ମିତାଲି ଅଭିଯୋଗ ଆଣିଛନ୍ତି।

ମିତାଲି ଇ-ମେଲ୍‌ରେ ଲେଖିଛନ୍ତି, ଯେ କୋଚ ମୋତେ  କହିଲେ କି ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ପାଇଁ ପଡ଼ିଆକୁ ଆସିବ ନାହିଁ। ଏହା ପରେ  ଟିମ୍‌ରୁ  ଡ୍ରପ୍‌ ହେବା ପରେ କେମିତି ଲାଗୁଛି ବୋଲି ପଚାରି ଥିଲେ।

ମିତାଲି  ବିସିସିଆଇକୁ ଲେଖିଛନ୍ତି ଯେ,ପ୍ରଶାସକ କମିଟିର ସଦସ୍ୟା ଡାଏନା ଏଡୁଲଜି ନିଜର ପଦର ଦୁରୁପଯୋଗ କରିଛନ୍ତି। ମିତାଲି କହିଛନ୍ତି, ଡାଏନା ଏଡୁଲଜି ମୋତେ ଡାକିଥିଲେ ଏବଂ ମୋ ପିଠିରେ ଛୁରି ଭୁଷିବା ଭଳି କାମ କରିଛନ୍ତି।

ସମ୍ବନ୍ଧିତ ଖବର