ଅର୍ନ୍ତଜାତୀୟ ଟି-୨୦ କ୍ରିକେଟରୁ ଅବସର ଘୋଷଣା କଲେ ମିତାଲି ରାଜ୍‌

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମିତାଲି ରାଜ୍‌ ନିଜ କ୍ୟାରିୟରକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ମଙ୍ଗଳବାର ସେ ଅର୍ନ୍ତଜାତୀୟ ଟି-୨୦ କ୍ରିକେଟରୁ ଅବସର ନେଉଥିବା ଘୋଷଣା କରିଛନ୍ତି । ୨୦୨୧ରେ ନିଉଜିଲାଣ୍ଡରେ ହେବାକୁ ଥିବା ଓଡିଆଇ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ପାଇଁ ସେ ଅବସର ନେଉଥିବା ସୂଚନା ଦେଇଛନ୍ତି।

ତାଙ୍କ କହିବା ଅନୁଯାୟ, ୨୦୦୬ରୁ ମୁଁ ଅର୍ନ୍ତଜାତୀୟ ଟି-୨୦ କ୍ରିକେଟରେ ଭାରତକୁ ପ୍ରତିନିଧିତ୍ୱ କରି ଆସିଛି । ଏବେ ମୁଁ ଏଥିରୁ ଅବସର ନେଇ ମୋର ପୂରା ଧ୍ୟାନ ଓ ଶକ୍ତି ୨୦୨୧ରେ ହେବାକୁ ଥିବା ବିଶ୍ୱକପ ଉପରେ ଦେବାକୁ ଚାହୁଁଛି । ମୋ ଦେଶ ପାଇଁ ବିଶ୍ୱକପ ଆଣିବାର ସ୍ୱପ୍ନ ମୋର ଆରମ୍ଭରୁ ରହିଛି । ଏବେ ମୋତେ ସୁଯୋଗ ମିଳିଥିବା ବେଳେ ମୁଁ ନିଜକୁ ପ୍ରମାଣ କରିବାକୁ ଚାହୁଁଛି । ଏ ନେଇ ବିସିସିଆଇ ପକ୍ଷରୁ ମୋତେ ସବୁବେଳେ ସମର୍ଥନ ମିଳିଥିବାରୁ ମୁଁ ଧନ୍ୟବାଦ୍‌ ଦେବାକୁ ଚାହୁଁଛି ।

Image result for mithali-raj-bids-adieu-to-t20i-cricket
DTNext

ସୂଚନା ମୁତାବକ, ୨୦୦୬ ପରଠାରୁ ମିତାଲି ୮୯ଟି ମ୍ୟାଚ୍‌ ଖେଳିଥିବା ବେଳେ ସର୍ବମୋଟ ୨୩୬୪ଟି ରନ୍‌ କରିଛନ୍ତି । ଏହା ସହ ଅର୍ନ୍ତଜାତୀୟ ଟି-୨୦ କ୍ରିକେଟରେ ୨୦୦୦ରନ୍‌ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା  ମିତାଲି । ଏ ପର୍ଯ୍ୟନ୍ତ ମିତାଲି ୩୨ଟି ଅର୍ନ୍ତଜାତୀୟ ଟି-୨୦ କ୍ରିକେଟ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର