ନୂଆଦିଲ୍ଲୀ: ଟିମ ଇଣ୍ଡିଆ ମହିଳା ଟିମ୍ର ବରିଷ୍ଠ କ୍ରିକେଟର ମିତାଲି ରାଜ ଏବଂ ରମେଶ ପାୱାର ମଧ୍ୟରେ ବିବାଦ ପ୍ରଶାସକଙ୍କ ଦଖଲ ବିନା ଶୁକ୍ରବାର କୋଚଙ୍କ ୩ ମାସର କାର୍ଯ୍ୟକାଳ ଶେଷ ହୋଇଯିବ। ପାୱାରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ବିସିସିଆଇ ଏହି ପଦ ପାଇଁ ନୂତନ କୋଚଙ୍କୁ ନିଯୁକ୍ତି ଦେବ। ଆଶା କରାଯାଉଛି ଯେ, ଆବେଦନ କଲେ ବି ଏବେ ପାୱାରଙ୍କ ନାମ ବିଚାରକୁ ନିଆଯିବ ନାହିଁ।
ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପାୱାରଙ୍କ ସହିତ ହୋଇଥିବା ବୁଝାମଣା ଆଜି ଶେଷ ହେଉଛି ଏବଂ ସେ ଫେରିବା ଆଶା କମ। ୱେଷ୍ଟଇଣ୍ଡିଜରେ ଆଇସିସି ଟି-୨୦ ବିଶ୍ୱକପ୍ ସମୟରେ ଇଂଲଣ୍ଡ ବିରୋଧରେ ସେମିଫାଇନାଲରେ ମିତାଲିଙ୍କୁ ବାହାରେ ରଖିବା ନେଇ ବିବାଦ ଆରମ୍ଭ ହୋଇଥିଲା। ଭାରତକୁ ଇଂଲଣ୍ଡ ଏହି ମ୍ୟାଚରେ ୮ ଓ୍ଵିକେଟ୍ରେ ହରାଇଥିଲା।
ମିତାଲି ଅଭିଯୋଗ ଆଣିଥିଲେ ଯେ, ପାୱାର ତାଙ୍କୁ ବର୍ବାଦ କରିବାକୁ ଚାହୁଁଥିଲେ। କୋଚ ମିତାଲିଙ୍କ ପ୍ରଦର୍ଶନ ନେଇ ପ୍ରଶ୍ନ ଉଠାଇଥିଲେ। ଗତ ଅଗଷ୍ଟରେ ପାୱାରଙ୍କ ନିଯୁକ୍ତି ହୋଇଥିଲା। ସେହି ସମୟରେ ବରିଷ୍ଠ ଖେଳାଳିଙ୍କ ସହିତ ମତଭେଦ ଯୋଗୁଁ ତୁଷାର ଅରୋଠେ ନିଜ ପଦରୁ ବହିଷ୍କୃତ ହୋଇଥିଲେ। ପାୱାର ଯିବା ପରେ ମିତାଲିଙ୍କ ପ୍ରଦର୍ଶନ କେମିତି ରହୁଛି, ତାହା ଦେଖିବାକୁ ରହିଲା। ଭାରତୀୟ ମହିଳା ଟିମ୍ ଜାନୁଆରିରେ ନ୍ୟୁଜିଲାଣ୍ଡ ଗସ୍ତ କରିବ।