ଏକମାତ୍ର ଭାରତୀୟ ଟେନିସ୍ ଖେଳାଳି ଭାବେ ରୋହନ ବୋପାନ୍ନା ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ପ୍ରତିଯୋଗିତାରେ ତିଷ୍ଠି ରହିଛନ୍ତି। ସେ ହଙ୍ଗେରିର ତିମିଆ ବାବୋସଙ୍କୁ ସାଥୀ କରି ମିଶ୍ରିତ ଯୁଗଳ କ୍ୱାର୍ଟର୍ ଫାଇନାଲ୍ରେ ସ୍ଥାନ ପକ୍କା କରି ନେଇଛନ୍ତି। ପଞ୍ଚମ ମାନ୍ୟତା ଏହି ଭାରତ-ହଙ୍ଗେରି ଯୋଡ଼ି ମଙ୍ଗଳବାର ପ୍ରି-କ୍ୱାର୍ଟର୍ ଫାଇନାଲ୍ରେ ୬-୪, ୬-୪ ସିଧାସଳଖ ସେଟ୍ରେ ଆମେରିକା-କ୍ରୋଏସିଆ ଯୋଡ଼ି ଭାନିଆ କିଙ୍ଗ୍ ଓ ଫ୍ରାଙ୍କୋ ସ୍କୁଗରଙ୍କୁ ପରାସ୍ତ କରିଥିଲେ। ବୁଧବାର ଖେଳାଯିବାକୁ ଥିବା କ୍ୱାର୍ଟର୍ ଫାଇନାଲ୍ରେ ବୋପାନ୍ନା-ବାବୋସ ଅଣମାନ୍ୟତା କଲମ୍ବିଆ-ଆମେରିକା ଯୋଡ଼ି ଜୁଆନ୍ ସେବାସ୍ତିଆନ୍ କାବାଲ୍ ଓ ଆବିଗେଲ୍ ସ୍ପିୟର୍ସଙ୍କୁ ଭେଟିବେ।
ମିଶ୍ରିତ ଯୁଗଳ କ୍ୱାର୍ଟର୍ରେ ବୋପାନ୍ନା-ବାବୋସ
/sambad/media/post_attachments/wp-content/uploads/2018/01/2-Rohan-Bopanna-left-with-Timea-Babos..jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)