ଭୁବନେଶ୍ବର: ମା' କାଳିଆଶନୀ କ୍ୟାରମ୍ ସଂଘ (ଏମ୍କେସିଏ) ଆନୁକୂଲ୍ୟରେ ଆୟୋଜିତ ଏମ୍କେସିଏ ନିଖିଳ ଓଡ଼ିଶା କ୍ୟାରମ୍ ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଛି। ଏହି ତିନି ଦିନିଆ ପ୍ରତିଯୋଗିତାର ଏକକବର୍ଗରେ କଣାସର ଗୌତମପ୍ରସାଦ ଭୋଳ ବିଜେତା ହୋଇଥିଲା ବେଳେ ଗଙ୍ଗା ଯମୁନା ପୁରୁଣା ଭୁବନେଶ୍ବରର ଜୟପ୍ରକାଶ ଦାସ ଉପବିଜେତା ହୋଇଛନ୍ତି। ଗୌତମ ଏକାଥରକେ ଦୁଇଟି ସ୍ଲାମ୍ କରିବା ଆଜି ଏକକ ଫାଇନାଲର ମୁଖ୍ୟ ଆକର୍ଷଣ ଥିଲା। ସେହିଭଳି ଯୁଗଳବର୍ଗରେ ଏସ୍ଆର ସାମନ୍ତରାୟ ଓ ତ୍ରିନାଥ ବେହାରାଙ୍କୁ ପରାସ୍ତ କରି କଟକର ଦାଦୁ-ବାପି ଯୋଡ଼ି ବିଜେତା ଆଖ୍ୟା ଅର୍ଜନ କରିଥିଲେ। ସିଦ୍ଧାର୍ଥ ନାୟକ ଓ ମନୋଜ ବଟୁ ପ୍ରତିଯୋଗିତାରେ ରେଫରି ଦାୟିତ୍ବ ତୁଲାଇଥିଲେ। କପିଳପ୍ରସାଦ ଗ୍ରାମ୍ୟ କମିଟିର ସଭାପତି ଗଙ୍ଗାଧର ପ୍ରଧାନ, ପୂର୍ବତନ କର୍ପୋରେଟର ଦେବୀପ୍ରସାଦ ନନ୍ଦ, ଏୟାର ଫିଲ୍ଡ ଥାନାର ଆଇଆଇସିି ରତିକାନ୍ତ ସାହୁ, ଭେଟେରାନ୍ ଆଥଲେଟ୍ ନରେନ୍ଦ୍ର ସେଠୀ, ଯୁବ ସଂଗଠକ ନିହୖାର ଚମ୍ପତ୍ତିି, ସୁରେନ୍ଦ୍ର ପ୍ରଧାନ, ଏମକେସିଏ ସଭାପତି ପ୍ରଲିପ୍ତ ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। କ୍ଲବର ସମସ୍ତ ସଦସ୍ୟ ଓ ବହୁ କ୍ୟାରମ୍ ପ୍ରେମୀ ଉପସ୍ଥିତ ଥିଲେ। ଏହି ଅବସରରେ ଶୀତ ଦିନ ପାଇଁ ଗରିବ ତଥା ବସ୍ତି ବାସିନ୍ଦାଙ୍କୁ କମ୍ବଲ ବଣ୍ଟନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାକୁ ଏମ୍କେସିଏ ଗତ ତିନି ବର୍ଷ ହେବ ସଫଳତାର ସହ ଆୟୋଜିତ କରି ଆସୁଛି।
ଏମ୍କେସିଏ କ୍ୟାରମ୍: ଗୌତମ ଏକକ, ଦାଦୁ-ବାପି ଯୁଗଳ ବିଜେତା
/sambad/media/post_attachments/wp-content/uploads/2022/01/46402fda-37f7-47cf-9d43-2da776b6d61f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)