ମୋଦିଙ୍କୁ ଦୂତିଙ୍କ ରାଖୀ ଶୁଭେଚ୍ଛା

ଭୁବନେଶ୍ବର: ପବିତ୍ର ରାଖୀ ଓ ଗହ୍ମା ପୂର୍ଣ୍ଣିମା ଅବସରରେ ଦୌଡ଼ରାଣୀ ଦୂତି ଚାନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଓ ଶୁଭକାମନା ଜଣାଇଥି‌ଲେ। ଦୂତି ଲେଖିଥିଲେ ‘‘ସମ୍ମାନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ, ଆପଣଙ୍କୁ ରାଖୀ ପୂର୍ଣ୍ଣିମାର ‌ଅଶେଷ ଆଶେଷ ଅଭିନନ୍ଦନ। ଆପଣ ଆମ ଦେଶର ଜଣେ ସଚ୍ଚା ଯୋଦ୍ଧା। ଆସନ୍ତାବର୍ଷ ଆମେ ଦେଶ ପାଇଁ ଗର୍ବ ଓ ଗୌରବ ଆଣିବାକୁ ଚେଷ୍ଟା କରିବୁ। ଆପଣଙ୍କ ବଳିଷ୍ଠ ନେତୃତ୍ବ ପାଇଁ ଏହି କଠିନ ସମୟକୁ ସଫଳତାର ସହ ପାର କରି ପାରିବୁ ବୋଲି ଆଶା ଓ ଭରସା ରହିଛି।

’’ ମୋଦି ମଧ୍ୟ ତୁରନ୍ତ ଟ୍ବିଟ୍ କରି ଏହାର ଜବାବ ରଖିଥିଲେ। କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷ ଲାଗି କରୁଥିବା ପ୍ରୟାସ ପାଇଁ ଦୂତିଙ୍କୁ ସେ ଶୁଭକାମନା ଜଣାଇଥିଲେ। ମୋଦି ଲେଖିଥିଲେ ‘‘ମୋ ପାଇଁ ସବୁଠାରୁ ବଡ଼ ଗର୍ବର କଥା ହେଲା ନିଷ୍ଠା ଓ ଏକାଗ୍ରତାର ସହ ଦେଶର ପ୍ରତିନିଧିତ୍ବ କରିବା। ସବୁ କ୍ରୀଡ଼ାବିତ୍ ଏଭଳି କରିଥା’ନ୍ତି। ସେଥିପାଇଁ ଭାରତର ପ୍ରତିନିଧିତ୍ବ କରୁଥିବା ସମସ୍ତ ଖେଳଳିଙ୍କ ପାଇଁ ମୁଁ ଗର୍ବିତ।’’

ସମ୍ବନ୍ଧିତ ଖବର