ପ୍ୟାରିସ୍‌: ପୁରୁଷ ସଟ୍‌ପୁଟ୍‌ (ଏଫ୍‌୫୭)ରେ କାଂସ୍ୟ ପଦକ ଜିତିଥିବା ହୋକାତୋ ହୋତୋଝି ସୀମାଙ୍କକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ସାମାଜିକ ଗଣାମଧ୍ୟରେ କରିଥିବା ପୋଷ୍ଟ୍‌ରେ ହୋକାତୋଙ୍କ ପ୍ରଦର୍ଶନକୁ ପ୍ରଶଂସା କରିବା ସହିତ ଏହାଦ୍ବାରା ଭାରତର ପଦକ ସଂଖ୍ୟା ୨୭ରେ ପହଞ୍ଚିଥିବା ଉଲ୍ଲେଖ କରିଥିଲେ। ଏହି ଇଭେଣ୍ଟରେ ହୋକାତୋ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ୧୪.୬୫ ମିଟର ଥ୍ରୋ ସହିତ ସେ ତୃତୀୟ ସ୍ଥାନରେ ରହିଥିଲେ।

Advertisment

ଏହାଦ୍ବାରା ସେ ନାଗାଲାଣ୍ଡର ପ୍ରଥମ କ୍ରୀଡ଼ାବିତ୍‌ ଭାବେ ପାରାଲିମ୍ପିକ୍ସ ପଦକ ଜିତିଛନ୍ତି। ଅନ୍ୟପକ୍ଷରେ ଦୌଡ଼କୁଦରୁ ଏହା ଭାରତର ପଞ୍ଚଦଶ ପଦକ। ଭାରତୀୟ ସେନାରେ କାର୍ଯ୍ୟରତ ହୋକାତୋ ୨୦୦୨ରେ ଏଲ୍‌ଓସି ପାଖରେ ଏକ ଅପରେସନ୍‌ ସମୟରେ ଲ୍ୟାଣ୍ଡମାଇନ୍‌ ଉପରେ ପାଦ ରଖିଦେବାରୁ ଗୋଟିଏ ଗୋଡ଼ ହରାଇଥିଲେ। କିନ୍ତୁ କ୍ରୀଡ଼ା ପ୍ରତି ତାଙ୍କର ରୁଚିକୁ ଦେଖିବା ପରେ ସେ ପାରା କ୍ରୀଡ଼ାରେ ସାମିଲ ହୋଇଥିଲେ। ୨୦୨୨ ଏସୀୟ ପାରା କ୍ରୀଡ଼ାରେ ମଧ୍ୟ ସେ କାଂସ୍ୟ ପଦକ ଜିତିଛନ୍ତି।