ଭୁବନେଶ୍ବର : ଟୋକିଓଠାରେ ଅନୁଷ୍ଠିତ ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତିବା ପରେ ଓଡ଼ିଶାର ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।
ପ୍ରମୋଦଙ୍କ ଏହି ସଫଳତା ପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟୁଇଟ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ ପ୍ରମୋଦ ସାରା ଦେଶବାସୀଙ୍କ ହୃଦୟ ଜିତିଛନ୍ତି । ସେ ଜଣେ ଚାମ୍ପିଅନ, ତାଙ୍କ ସଫଳତା କୋଟି କୋଟି ଭାରତୀୟଙ୍କୁ ଅନୁପ୍ରାଣିତ କରିବ । ସେ ଉଲ୍ଲେଖନୀୟ ଅଧ୍ୟବସାୟ ଓ ନିଷ୍ଠାର ପ୍ରଦର୍ଶନ କରିଛନ୍ତି । ସ୍ବର୍ଣ୍ଣ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ । ତାଙ୍କର ଆଗାମୀ ପ୍ରତିଯୋଗିତାଗୁଡ଼ିକ ପାଇଁ ତାଙ୍କୁ ଶୁଭେଚ୍ଛା ।
Pramod Bhagat has won the hearts of the entire nation. He is a Champion, whose success will motivate millions. He showed remarkable resilience & determination. Congratulations to him for winning the Gold in Badminton. Best wishes to him for his future endeavours. @PramodBhagat83
— Narendra Modi (@narendramodi) September 4, 2021
ଟୁଇଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଛନ୍ତି " ସ୍ବର୍ଣ୍ଣିମ ମୁହୂର୍ତ୍ତ ! ଟୋକିଓ୨୦୨୦ ପାରା ବ୍ୟାଡମିଣ୍ଟନରେ ଦେଶର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଶାର ପ୍ରତିଭା ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା। ତୁମ ସଫଳତା ସାରା ଦେଶକୁ ଗୌରବାନ୍ବିତ କରିଛି। ଆଗାମୀ ଦିନରେ ତୁମର ଆହୁରି ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି ।"
ସ୍ବର୍ଣ୍ଣିମ ମୁହୂର୍ତ୍ତ !#Tokoy2020 ର #ParaBadminton ରେ ଦେଶର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଶାର ପ୍ରତିଭା ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା। ତୁମ ସଫଳତା ସାରା ଦେଶକୁ ଗୌରବାନ୍ବିତ କରିଛି। ଆଗାମୀ ଦିନରେ ତୁମର ଆହୁରି ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି।#Cheer4India#Praise4Parapic.twitter.com/4gWBVU2d9Y
— Naveen Patnaik (@Naveen_Odisha) September 4, 2021
ଧର୍ମେନ୍ଦ୍ର ଲେଖିଛନ୍ତି ଯେ, ପ୍ରମୋଦ ଭଗତ ଦେଶର ଜଣେ ଶ୍ରେଷ୍ଠ ପାରା ସଟଲର । ପାରା ଅଲିମ୍ପିକ୍ସରେ ତାଙ୍କ ସଫଳତା ଓଡ଼ିଶା ସମେତ ସମଗ୍ର ଦେଶବାସୀଙ୍କ ପାଇଁ ଆନନ୍ଦ ଆଣିଦେଇଛି । ଭାରତ ପାଇଁ ଆଉ ଏକ ଗୌରବ ଆଣିଥିବାରୁ ଅଭିନନ୍ଦନ ।