ନୂଆଦିଲ୍ଲୀ: ବୁଦାପେଷ୍ଟ ଚେସ୍ ଅଲିମ୍ପିଆଡ୍ରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ପୁରୁଷ ଓ ମହିଳା ଦଳର ଖେଳାଳିମାନଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦିବ୍ୟା ଦେଶମୁଖ, ତାନିଆ ସଚଦେବ, ଡି ଗୁକେଶ, ଅର୍ଜୁନ ଇରିଗାସି, ଆର୍. ପ୍ରଜ୍ଞାନନ୍ଦଙ୍କ ସହିତ ମୋଦୀ ଆଲୋଚନା କରିଥିଲେ।
ଏହି ଅବସରରେ ପ୍ରଜ୍ଞାନନ୍ଦ ଓ ଇରିଗାସୀଙ୍କ ମଧ୍ୟରେ ହୋଇଥିବା ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍କୁ ମଧ୍ୟ ମୋଦୀ ଉପଭୋଗ କରିଛନ୍ତି। ପରେ ସମସ୍ତ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନିତ କରିଥିଲେ ଓ ଅଭିନନ୍ଦନ ଜଣାଇଥିଲେ। ଭାରତୀୟ ଦଳକୁ ମଧ୍ୟ ସର୍ବଭାରତୀୟ ଚେସ୍ ମହାସଂଘ ୩.୨ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଛି।