ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ଦେଖିବେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଆସନ୍ତା ଫେବ୍ରୁଆରି ୯ ତାରିଖରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖ​ଳା ଆରମ୍ଭ ହେବ । ଏହି ଶୃଙ୍ଖଳାରେ ମୋଟ ୪ଟି ଟେଷ୍ଟ ଖେଳାଯିବ । ୪ର୍ଥ ଟେଷ୍ଟ ମ୍ୟାଚଟି ମାର୍ଚ୍ଚ ୯ରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଅନ୍ଥୋନି ଅଲବାନିଜ୍ ଷ୍ଟାଡିୟମରେ ଉପସ୍ଥିତ ରହି ଦେଖିବେ ।

ଗୁଜରାଟର ଅହମ୍ମଦାବାଦସ୍ଥିତ ମୋଟେରାଠାରେ ଥିବା ଏହି ଷ୍ଟାଡିୟମକୁ ୨୪ ଫେବ୍ରୁଆରି ୨୦୨୧ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ନାମରେ ନାମିତ କରାଗଲା । କିନ୍ତୁ ନିଜ ନାମରେ ନାମିତ ହେବା ପରେ ମୋଦୀ ଏ ପର୍ଯ୍ୟନ୍ତ ଏହି ଷ୍ଟାଡିୟମକୁ ଯାଇନଥିଲେ । ଏହାର ପୂର୍ବ ବର୍ଷ ଏହି ଷ୍ଟାଡିୟମରେ ହୋଇଥିବା ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ମୋଦୀ ଯୋଗ ଦେଇଥିଲେ ବି ସେତେବେଳେ ଏହାର ନାଁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଷ୍ଟାଡିୟମ ଥିଲା ।

ଭାରତ ଗସ୍ତରେ ଅଷ୍ଟ୍ରେଲିଆ ଦଳ ୪ଟି ଟେଷ୍ଟ ମ୍ୟାଚ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ । ପ୍ରଥମ ଟେଷ୍ଟ ୯ ତାରିଖରେ ନାଗପୁରରେ ଖେଳାଯିବ ।  ଗତ ୨୦୧୬-୧୭ ପରଠାରୁ ବର୍ଜର-ଗାଭାସ୍କର ଟ୍ରଫି ଭାରତ ପାଖରେ ରହିଛି । ଏହି କାରଣରୁ ଚଳିତ ବର୍ଷ ଏହି ଟ୍ରଫିର ଗୁରୁତ୍ବ ବଢିଯାଇଛି । ଅଷ୍ଟ୍ରେଲିଆ ଏଥର ବର୍ଡର-ଗାଭାସ୍କର ଟ୍ରଫି ଜିତିବାକୁ ପ୍ରବଳ ଉଦ୍ୟମ କରିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର