ନୂଆଦିଲ୍ଲୀ: ଫିଫା ଯୁବ ବିଶ୍ୱକପ୍ ଶୁକ୍ରବାର ଠାରୁ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆରମ୍ଭ ହୋଇ ଯାଇଛି। ଭାରତ ଫିଫା ୧୭ ବର୍ଷରୁ କମ୍ ବିଶ୍ୱକପ୍ରେ ପ୍ରଥମ ମ୍ୟାଚ ଆମେରିକା ବିପକ୍ଷରେ ଖେଳିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ମୋଦି ଫିଫା ୧୭ବର୍ଷରୁ କମ୍ ବିଶ୍ୱକପ୍ରେ ଭାଗ ନେଇଥିବା ସମସ୍ତ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦି ଏକ ବୟାନରେ କହିଛନ୍ତି, ଫିଫା ବିଶ୍ୱକପ୍ରେ ଭାଗ ନେଇଥିବା ସମସ୍ତ ଖେଳାଳିଙ୍କୁ ଶୁଭକାମନା।
ପ୍ରଥମ ଥର ପାଇଁ ଫିଫା ବିଶ୍ୱକପ୍ର ଆୟୋଜନ କରି ଭାରତ ଇତିହାସ ପୃଷ୍ଠା ରଚିବାକୁ ଯାଉଛି। ଭାରତ ପ୍ରଥମ ଥର ପାଇଁ ଫିଫା ବିଶ୍ୱକପ୍ର ଆୟୋଜନ କରୁଛି। ଏହି ଟୁର୍ଣ୍ଣାମେଣ୍ଟରେ ୨୪ଟି ଟିମ୍ ଭାଗ ନେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ୬ଟି ସ୍ଥାନରେ ଖେଳାଯାଉଛି। ଦିଲ୍ଲୀ, କୋଲକାତା, ମୁମ୍ବାଇ, କୋଚି, ଗୋଆ ଓ ଗୌହାଟୀରେ ମ୍ୟାଚଗୁଡ଼ିକ ଖେଳାଯିବ। ଫାଇନାଲ ମ୍ୟାଚ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଖେଳାଯିବ। ୫୨ଟି ମ୍ୟାଚ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ଭାରତ ‘ଗ୍ରୁପ-ଏ’ରେ ଆମେରିକା, ଘାନା ଓ କଲୋମ୍ବିଆ ସହିତ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/modi.jpeg)