ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ କୃତଜ୍ଞତା ଜଣାଇଲେ ମୋଦୀ

ନୂଆଦିଲ୍ଲୀ : ଭାରତୀୟ ହକି ପାଇଁ ଉଲ୍ଲେଖନୀୟ ଅବଦାନ ଦେଇଥିବା ଓଡ଼ିଆ ଖେଳାଳି ବିରେନ୍ଦ୍ର ଲାକ୍ରାଙ୍କୁ ପତ୍ର ଲେଖି କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲାକ୍ରା ଓଡ଼ିଶାର ଗୌରବୋଜ୍ଜଳ ହକି ପରମ୍ପରାକୁ ବଜାୟ ରଖିଛନ୍ତି ବୋଲି ମୋଦୀ କହିଛନ୍ତି ।

ନିଜ ପତ୍ରରେ ମୋଦୀ ଲେଖିଛନ୍ତି, “ତୁମେ ଏପରି ସମୟରେ ହକି ଖେଳିବା ଆରମ୍ଭ କରିଥିଲ ଯେତେବେଳେ କେହି ବି କଳ୍ପନା ମଧ୍ୟ କରିପାରୁନଥିଲେ ଯେ ଭାରତ ଅଲିମ୍ପିକ୍ସରେ ପଦକ ଜିତିବ ବୋଲି  । ହକିକୁ ଏକ ଗ୍ଲାମର ନଥିବା ଖେଳ ବୋଲି ଲୋକେ ଭାବୁଥିଲେ । କିନ୍ତୁ ଖୁବଶୀଘ୍ର ସ୍ଥିତିରେ ସକାରାତ୍ମକ ପରିବର୍ତ୍ତନ ଆସିଲା ଓ ଏହି ପରିବର୍ତ୍ତନର ଶ୍ରେୟ ତୁମ ପରି ଖେଳାଳିମାନଙ୍କୁ ଯିବ, ଯେଉଁମାନେ ଏହି ଖେଳ ଉପରେ ଭରସା ଜାରି ରଖିଥିଲେ । “

ମୋଦା ଆହୁରି ମଧ୍ୟ ଲେଖିଛନ୍ତି ଯେ ଆହତଗତ କାରଣରୁ ଲାକ୍ରା ରିଓ ଅଲିମ୍ପିକ୍ସରୁ ବାଦ ପଡ଼ିଥିଲେ ବି ପରେ ସୁସ୍ଥ ହୋଇ ଟୋକିଓ ଅଲିମ୍ପିକ୍ସରେ ସାମିଲ ହୋଇ ଇତିହାସ ସୃଷ୍ଟି କରିବାରେ ସହାୟକ ହୋଇଥିଲେ ।

ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ମୁଁ ଯେତେବେଳେ ତୁମକୁ ଓ ଅନ୍ୟ ଅଲିମ୍ପିକ୍ସ ଖେଳାଳିମାନଙ୍କୁ ଭେଟିଥିଲି, ସେତେବେଳେ ଅନୁରୋଧ କରିଥିଲି ଯେ ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଖେଳାଳିମାନେ ଆସନ୍ତା ୨୦୨୩ ଅଗଷ୍ଟ ସୁଦ୍ଧା ବିଭିନ୍ନ ସ୍କୁଲକୁ ଯାଇ ପିଲାମାନଙ୍କୁ ଖେଳ ଓ ପୁଷ୍ଟିହୀନତା ଉପରେ ସଚେତନ କରନ୍ତୁ । ମୁଁ ଆଶା କରୁଛି ଯେ, ତୁମେ ଆଗାମୀ ମାସଗୁଡ଼ିକରେ ଏହି ସଚେତନତା ଜାରି ରଖିବ ।

ପ୍ରଧାନମନ୍ତ୍ରୀଙ୍କ ଏହି ପତ୍ରକୁ ସୋସିଆଲ ମିଡିଆରେ ସେୟାର କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲାକ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର