ବଲ୍‌ବୀରଙ୍କ ନାମରେ ମୋହାଲି ହକି ଷ୍ଟାଡିୟମ୍‌

ନୂଆଦିଲ୍ଲୀ: ତିନି ଥରର ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ହକି କିଂବଦନ୍ତି ବଲ୍‌ବୀର ସିଂହ (ସିନିୟର୍‌)ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରାଦ୍ଧ ବାର୍ଷିକୀ ଅବସରରେ ପଦ୍ମଶ୍ରୀ ବଲ୍‌ବୀରଙ୍କ ନାମରେ ମୋହାଲି ଅନ୍ତର୍ଜାତୀୟ ହକି ଷ୍ଟାଡିୟମ‌ କରିବା ଲାଗି ନିଷ୍ପତ୍ତି ହୋଇଛି। ପଞ୍ଜାବ କ୍ରୀଡ଼ା ବିଭାଗ ଏବଂ କ୍ରୀଡ଼ା ମନ୍ତ୍ରୀ ରାଣା ଗୁରମିତ ସିଂହ ଏଥିପାଇଁ ସ୍ବୀକୃତି ଦେଇଥିବା ସରକାରୀ ମୁଖପାତ୍ର କହିଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଦ୍ୱାରା ମନୋନୀତ ୧୬ କିଂବଦନ୍ତି ମଧ୍ୟରେ ଦେଶର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ବଲବୀର ସିଂହ ଦୋସାଞ୍ଜ ଏକ ମାତ୍ର ଭାରତୀୟ ଭାବେ ସ୍ଥାନ ପାଇଥିଲେ। ଅଲିମ୍ପିକ୍ସର ପୁରୁଷ ହକି ଫାଇନାଲରେ ଜଣେ ବ୍ୟକ୍ତି ଭାବେ ସର୍ବାଧିକ ଗୋଲ୍‌ କରିବାର ବିଶ୍ବ କୀର୍ତ୍ତିମାନ ବଲବୀର (୫ ଗୋଲ୍‌, ୧୯୫୨ ଅଲିମ୍ପିକ୍ସ) ନାମରେ ଏବେ ବି ଅତୁଟ ରହିଛି। ସୂଚନାଯୋଗ୍ୟ ଯେ ବଲ୍‌ବୀର ସିଂହ (ସିନିୟର୍‌) ଗତ ବର୍ଷ ମେ ୨୫ ତାରିଖରେ ମୃତ୍ୟୁ ବରଣ କରିଥିଲେ।

ସମ୍ବନ୍ଧିତ ଖବର