ଆଝାରଙ୍କ ବକେୟା ପାଉଣା ନେଇ ଗତିରୋଧ ଜାରି

ନୂଆଦିଲ୍ଲୀ: ମ୍ୟାଚ୍ ଫିକ୍ସଂରେ ଛନ୍ଦି ହୋଇ ଆଜୀବନ ବାସନ୍ଦ ହେବାର କିଛି ବର୍ଷ ପରେ ଆନ୍ଧପ୍ରଦେଶ ଉଚ୍ଚ ନ୍ୟାୟାଳୟ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ଦୋଷମୁକ୍ତ କରିଥିଲା। ହେଲେ ତାଙ୍କ ବକେୟା ପାଉଣାକୁ ବିସିସିଆଇ ଏ ପର୍ଯ୍ୟନ୍ତ ପ୍ରଦାନ କରିନାହିଁ। ଉଚ୍ଚତମ ନ୍ୟାୟାଳୟଙ୍କ ନିଯୁକ୍ତ ପ୍ରଶାସନିକ ସମିତି (ସିଓଏ) ବୈଠକରେ ମଧ୍ୟ ଏହି ବିଷୟରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଫଳରେ ଆଝାର ବିସିସିଆଇରୁ ପେନସନ୍ ଏବଂ ଅନ୍ୟା‌ନ୍ୟ ସୁବିଧା ସୁଯୋଗରୁ ପୂର୍ବଭଳି ବଞ୍ଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର