କରୋନା କାଳରେ ଏମିତି କଟୁଛି ତାରକାଙ୍କ ସମୟ : ପତ୍ନୀଙ୍କୁ ଛିଗୁଲେଇଲେ କୈଫ

ପିତା ଓ ଭାଇଙ୍କ ସହ ଅଭ୍ୟାସ କରୁଛନ୍ତି ସର୍ଫରାଜ

ଲକ୍ଷ୍ନୌ : କରୋନା ତାଲାବନ୍ଦ ପାଇଁ କେହି ବାହାରକୁ ବାହାରି ପାରୁ ନାହାନ୍ତି। ଏଥିଲାଗି କିଛି କ୍ରିକେଟର୍‌ ନିଜ ବାହାଘରକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲା ବେଳେ ଆଉ କିଛି ନିଜ ଓ ନିଜ ପରିବାରବର୍ଗଙ୍କ ଜନ୍ମ ଦିନକୁ ଘର ଭିତରେ ନିରାଡ଼ମ୍ବରରେ ପାଳିବାକୁ ବାଧ୍ୟ ହେଉଛନ୍ତି। ବୁଧବାର ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫଙ୍କ ପତ୍ନୀ ପୂଜାଙ୍କ ଜନ୍ମ ଦିନ ଥିଲା। ହେଲେ ବାହାରକୁ ଯିବା ସମ୍ଭବ ନଥିବାରୁ କୈଫ ତାଙ୍କୁ ଥଟ୍ଟା କରିଥିଲେ। ସାଥୀ କୁଆଡ଼େ ଯିବା? ବୋଲି ପୂଜାଙ୍କୁ କୈଫ ଟ୍ବିଟ୍ କରି ପଚାରି ଥିଲେ। ହେଲେ ପୂଜା ଏହାର କୌଣସି ଉତ୍ତର ଦେଇ ନଥିଲେ। ତେବେ ପ୍ରଶଂସକମାନେ ଉଭୟ କୈଫ ଓ ପୂଜାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବାକୁ ଭୁଲି ନଥିଲେ। ଟଙ୍କା ଖର୍ଚ କରିବାକୁ ପଡ଼ୁନଥିବାରୁ ଆପଣ ଭାଗ୍ୟଶାଳୀ ବୋଲି କେହି କେହି ପ୍ରଶଂସକ ମଜାରେ ଲେଖିଥିଲେ। ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ସହ କୈଫ ସମସାମୟିକ ଓ ସାଥୀ କ୍ରିକେଟରମାନେ ପୂଜାଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜ୍ଞାପନ କରିଥିଲେ।

ପିତା ଓ ଭାଇଙ୍କ ସହ ଅଭ୍ୟାସ କରୁଛନ୍ତି ସର୍ଫରାଜ
ଭୋପାଳ : ଭାରତୀୟ ଯୁବ କ୍ରିକେଟର ସର୍ଫରାଜ ଖାନ୍ କ୍ରିକେଟ୍ ପଡ଼ିଆରୁ ଦୂରରେ ଥିଲେ ମଧ୍ୟ କ୍ରିକେଟ୍‌ଠାରୁ ଦୂରେଇ ନାହାନ୍ତି। ଲକ୍‌ଡାଉନ୍ ଘୋଷଣା ପରଠାରୁ ନିଜ ପୈତୃକ ଗାଁ ଉତ୍ତରପ୍ରଦେଶର ଆଜମଗଡ଼ସ୍ଥିତ ଛତ୍ରପୁରରେ ଅଛନ୍ତି। ସେଠାରେ ଘର ଭିତରେ ଓ ଅଗଣାରେ ଭାଇ ମୁସୀର ଓ ପିତା ନୌସାଦଙ୍କ ସହ ଅଭ୍ୟାସ କରୁଛନ୍ତି। ଆଇପିଏଲ୍ ଓ ଈରାନୀ କପ୍ ଭଳି ପ୍ରତିଯୋଗିତା ସ୍ଥଗିତ ହୋଇ ଯାଇଥିବାରୁ ନିଜକୁ ଫିଟ୍ ଏବଂ ସତେଜ ରଖିବାକୁ ସେ ଅଭ୍ୟାସ ବନ୍ଦ କରି ନାହାନ୍ତି। ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ସର୍ଫରାଜ ମୁମ୍ବାଇ ପାଇଁ ଘରୋଇ କ୍ରିକେଟ୍ ଖେଳୁଥିଲା ବେଳେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ କିଙ୍ଗ୍ସ ଏକାଦଶ ପଞ୍ଜାବ ପକ୍ଷରୁ ଆଇପିଏଲ୍ ଖେଳି ସାରିଛନ୍ତି।

ସମ୍ବନ୍ଧିତ ଖବର