ଆଶାରାମ ବାପୁ, ରାମ ରହିମ ବର୍ତି ନଥିଲେ, ମହମ୍ମଦ ସାମି କିଏ କି ?

ନୂଆଦିଲ୍ଲୀ, : ଆଶାରାମ ବାପୁ ଏବଂ ରାମ ରହିମଙ୍କ ଭଳି ତଥାକଥିତ ବାବାମାନେ ବି ଆଇନ ଆଖିରୁ ଖସି ପାରିନାହାନ୍ତି। ମହମ୍ମଦ ସାମି ଏମିତି କିଏ କି ? ଯିଏ ଦଣ୍ଡିତ ହେବେ ନାହିଁ’ ବୋଲି ପ୍ରଶ୍ନ କରିଛନ୍ତି କ୍ରିକେଟର୍ ମହମ୍ମଦ ସାମିଙ୍କ ପତ୍ନୀ ହସିନ୍ ଜାହାଁ। ସାମିଙ୍କ ନାମରେ ହସିନ୍‌ ବହୁବାର ଘରୋଇ ହିଂସା ଏବଂ ଯୌନ ନର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି।

shekhawati sikar daily latest hindi news

ଏ ନେଇ ପଶ୍ଚିମବଙ୍ଗ ଆଲିପୁର ଅଦାଲତ ୨୮ ବର୍ଷୀୟ ସାମି ଏବଂ ତାଙ୍କ ଭାଇ ହସିଦ ଅହମ୍ମଦଙ୍କ ନାମରେ ଦୁଇ ଦିନ ତଳେ ଗିରଫ ପରୱାନା ଜାରି କରିଛନ୍ତି। ୧୫ ଦିନ ମଧ୍ୟରେ ହାଜର ହେବାକୁ ଆଦେଶ ବି ଦେଇଛନ୍ତି। ସାମିଙ୍କୁ କିନ୍ତୁ ବିସିସିଆଇ ଏବଂ ବହୁ ବଡ଼ କ୍ରିକେଟରଙ୍କ ନିକଟରୁ ସମର୍ଥନ ମିଳୁଛି। ଏଭଳି ସମର୍ଥନ ପାଉନଥିଲେ ସାମି ନିଜ ଭୁଲକୁ ସୁଧାରି ନେଇଥାନ୍ତେ। କିଛି ବ୍ଲାକମେଲରଙ୍କ ପାଇଁ ମାମଲା ଲମ୍ବା ସମୟ ଧରି ଚାଲିଛି ବୋଲି ମଧ୍ୟ ହସିନ୍ କହିଛନ୍ତି। ‘ମୁଁ ଦେଢ଼ ବର୍ଷ ହେବ ଲଢ଼େଇ କରୁଛି। ବାର ଦୁଆର ବୁଲୁଛି, ଏତେ ଆର୍ଥିକ ସ୍ବଚ୍ଛଳ ବି ନୁହେଁ କି କାହାରିଠାରୁ ସମର୍ଥନ ପାଉନାହିଁ। କାହାରିଠାରୁ ସାହାଯ୍ୟର ଆଶା ବି ଦେଖିପାରୁନାହିଁ’ ବୋଲି ହତାଶ ସହ କହିଛନ୍ତି ହସିନ୍‌। ଆଲ୍ଲାଙ୍କ ଉପରେ ଭରସା ରଖିଛି, ସତ୍ୟର ବିଜୟ ହେବ। ସାମି ନିଜକୁ ନ ସୁଧାରିଲେ, ନିଜ ପାପର ଫଳ ଭୋଗିବେ ଏବଂ ଏଥିପାଇଁ ତାଙ୍କୁ ମୂଲ୍ୟ ଦେବାକୁ ପଡ଼ିବ’ ବୋଲି ହସିନ୍ ମଧ୍ୟ ଚେତାବନୀ ଦେଇଛନ୍ତି। ୨୦୧୩ ମସିହାରେ ଟେଷ୍ଟ୍ ପଦାର୍ପଣ କରିଥିବା ସାମି ସଦ୍ୟ ସମାପ୍ତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରେ ନିଜର ୪୨ତମ ମ୍ୟାଚ୍‌ରେ ୧୫୦ ୱିକେଟ୍‌ ସୀମା ଅତିକ୍ରମ କରିଛନ୍ତି।

ସମ୍ବନ୍ଧିତ ଖବର