ସାନ ଭାଇ ସହ ଶାରୀରିକ ସଂପର୍କ ରଖିବାକୁ ପତ୍ନୀଙ୍କୁ ବାଧ୍ୟ କରୁଥିଲେ ସାମି, ଅଭିଯୋଗ ଆଣିଲେ ହସିନା

ନୂଆଦିଲ୍ଲୀ: କ୍ରିକେଟ ତାରକା ମହମ୍ମଦ ସାମିଙ୍କ ବିରୋଧରେ ପତ୍ନୀ ହସିନା ଜାହାଁ ଘରୋଇ   ହିଂସା ଏବଂ ଅନୈତିକ ସଂପର୍କ ଅଭିଯୋଗ ଆଣିବା ପରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି।  ପତ୍ନୀ ହସିନା ସ୍ୱାମୀ ସାମିଙ୍କ ବିରୋଧରେ ଏବେ ଆଉ ଏକ ଜଘନ୍ୟ ଅଭିଯୋଗ ଆଣିଛନ୍ତି। ସାମି ତାଙ୍କ ପତ୍ନୀଙ୍କୁ ନିଜର ଭାଇ ସହ ସହ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ ବୋଲି ହସିନା ଅଭିଯୋଗ ଆଣିଛନ୍ତି। ସାମି ଅନେକ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖୁଥିଲେ ବୋଲି ପୂର୍ବରୁ ହସିନା ଅଭିଯୋଗ ଆଣିଥିଲେ।

ଉଲ୍ଲେଖଯୋଗ୍ୟ, ମହମ୍ମଦ ସାମିଙ୍କ ପତ୍ନୀ ହସିନା ଶୁକ୍ରବାର ସ୍ୱାମୀଙ୍କ ବିରୋଧରେ କୋଲକାତାର ଲାଲ ବଜାର ପୁଲିସ୍‌ ଷ୍ଟେସନ୍‌ରେ ସାମିଙ୍କ ସମେତ ତାଙ୍କ ପରିବାର ୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ପ୍ରତାରଣା, ଘରୋଇ ହିଂସା ଏବଂ ହତ୍ୟା ଉଦ୍ୟମ ଅଭିଯୋଗରେ ସାମିଙ୍କ ବିରୋଧରେ ଅନେକ ଗୁଡ଼ିଏ ଧାରା ଲଗାଯାଇଛି।

ଅନ୍ୟପକ୍ଷରେ ସାମିଙ୍କୁ କିନ୍ତୁ ପତ୍ନୀ ହସିନାଙ୍କୁ କ୍ଷମା ମାଗି ମୀମାଂସା କରିବା ପାଇଁ ପ୍ରସ୍ତୁତ ରହିଛନ୍ତି। ତାଙ୍କ ବିରୋଧରେ ଆସିଥିବା ପରକୀୟା ପ୍ରୀତି ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର