ନୂଆଦିଲ୍ଲୀ: ନିକଟରେ ଦିନିକିଆ ଅନ୍ତର୍ଜାତୀୟ (ଓଡିଆଇ) ବିଶ୍ବକପ୍ ୨୦୨୩ରେ କ୍ରିକେଟର ମହମ୍ମଦ ସାମିଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଥିଲେ।
ନିକଟରେ ମହମ୍ମଦ ସାମିଙ୍କ ସହିତ ଏକ ସାକ୍ଷାତକାର ହୋଇଥିଲା। ଏହି ସାକ୍ଷାତକାରରେ କ୍ରିକେଟର ମନଖୋଲି କଥା ହୋଇଥିଲେ ଓ ଝିଅକୁ ସେ ବହୁତ ମନେ ପକାଉଥିବା କଥା କହିଥିଲେ।
ମହମ୍ମଦ କହିଥିଲେ, ‘ଦୁନିଆର ପ୍ରତିଟି ବାପା ନିଜ ସନ୍ତାନକୁ ଆଖି ସାମ୍ନାରେ ଦେଖିବାକୁ ଚାହାନ୍ତି, ସ୍ନେହ କରିବାକୁ ଚାହାନ୍ତି। ମୁଁ ବି ତ ଜଣେ ବାପା ମୋର କ’ଣ ଝିଅ କଥା ମନେପଡ଼େ ନାହିଁ। ବହୁତ ମନେପଡ଼େ। ତା’ ସହିତ ସମୟ କାଟିବାକୁ ଇଚ୍ଛା ହୁଏ କିନ୍ତୁ ଏ ଖୁସି ମୋ ଭାଗ୍ୟରେ ନାହିଁ। ମଝିରେମଝିରେ କଥା ହୁଏ, ଯେତିକି ଝିଅ ସହିତ କଥା ହେବାକୁ ସେ ଅନୁମତି ଦିଏ। ଆଜି ପର୍ଯ୍ୟନ୍ତ ଝିଅ ସହିତ ମୋତେ ଭେଟିବାକୁ ଦିଆଯାଇନାହିଁ।
ସବୁବେଳେ ମନରେ ଗୋଟିଏ ଚିନ୍ତା ଝିଅ ଭଲରେ ରହୁ, ତାର ସ୍ବାସ୍ଥ୍ୟ ଭଲ ରହୁ । ମନଦେଇ ପାଠପଢ଼ୁ। ଆମ ଦୁଇଜଣଙ୍କ ପାଇଁ ତା’ ଉପରେ ଯେମିତି କୌଣସି ପ୍ରଭାବ ନପଡ଼ୁ। ସେ ସର୍ବଦା ଖୁସିରେ ରହୁ। କାରଣ ତାର ଦୁଃଖ ମୁଁ ସହି ପାରିବି ନାହିଁ। କାରଣ ଝିଅ ହେଉଛି ମୋ ଜୀବନ। ତା’ ସହିତ ଯେଉଁଦିନ କଥା ହୋଇଯାଇଥାଏ ମନକୁ ଏକ ଅଦ୍ଭୁତ ଶାନ୍ତି ମିଳିଥାଏ।’