ନୂଆଦିଲ୍ଲୀ: କାହିଁକି ରୋଜା ପାଳିଲେନି ସାମି ? ମହମ୍ମଦ ସାମି ରୋଜା ନରଖିବା ନେଇ ଏବେ ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ ତା ପଛର କାରଣ ଏବେ ସାମ୍ନାକୁ ଆସିଛି । କୁହାଯାଉଛି ସାମି ଏବେ ରାଷ୍ଟ୍ର ଧର୍ମ ପାଳନ କରୁଛନ୍ତି । ମ୍ୟାଚ୍ ଜରିଆରେ ସେ ଦେଶର ସେବା କରୁଛନ୍ତି । ଦେଶର କର୍ତ୍ତବ୍ୟ ପାଳନ କରିବାରେ ବର୍ତ୍ତମାନ ସାମି ନିୟୋଜିତ ଅଛନ୍ତି । ତେଣୁ ସେ ରୋଜା ପାଳନ କରିବା ସମ୍ଭବ ନୁହେଁ ବୋଲି କିଛି ମତ ଦେଉଛନ୍ତି ।
ତାଛଡା ସାମି ବିଦେଶ ଗସ୍ତରେ ଅଛନ୍ତି । ଯାତ୍ରା ବେଳେ ମଣିଷକୁ ଭୋକ-ଶୋଷ ହୁଏ । ଇସଲାମ ଧର୍ମ ଅନୁସାରେ ଗସ୍ତ ବେଳେ ରୋଜା ରଖିବା ପାପ ନୁହେଁ କିମ୍ବା ଭୁଲ ନୁହେଁ ଏହି ଦୃଷ୍ଟିରୁ ହୁଏତ ସାମି ରୋଜା ନରଖିଥାଇ ପାରନ୍ତି ବୋଲି ଅନେକ ଅନୁମାନ କରୁଛନ୍ତି ।
ତେବେ ଚାମ୍ପିୟନ୍ସ ଟ୍ରଫିର ସେମିରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସାମି ଏନର୍ଜି ଡ୍ରିଙ୍କସ ପିଉଥିବା ନଜର ଆସିଥିଲେ । ରୋଜା ନରଖି ସାମି ଜୁସ ପିଇୂବା ଚିତ୍ରକୁ ଅନେକ ହଜମ କରି ନପାରି ତାଙ୍କୁ ବିରୋଧ କରୁଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/07/xPm4T2E1uRZK7mGNVXl7.jpg)