ସାମିଙ୍କ ବଡ଼ ଖୁଲାସା : ହସିନ୍‌ ତାଙ୍କର ପ୍ରଥମ ବିବାହ ଏବଂ ଦୁଇ ଝିଅଙ୍କ ବିଷୟରେ ଅନ୍ଧାରରେ ରଖିଥିଲେ

ମୁମ୍ବାଇ : କ୍ରିକେଟର୍‌ ମହମ୍ମଦ ସାମି ଓ ତାଙ୍କ ପତ୍ନୀ ହସିନ୍‌ଙ୍କ ବିବାଦ ଥମିବାର ନା ଧରୁ ନ ଥିବା ବେଳେ ଏବେ ଆଉ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ସ୍ତ୍ରୀଙ୍କ ଆରୋପରେ ଚୁପ୍‌ ଥିବା ସାମି ଏବେ ଏକ ବଡ଼ ଖୁଲାସା କରିଛନ୍ତି । ହସିନ୍‌ଙ୍କର ପୂର୍ବରୁ ବିବାହ ହୋଇଥଲା ଏବଂ ତାଙ୍କ ଦୁଇଟି ଝିଅ ଥିଲେ ବୋଲି ସାମି ପୂର୍ବରୁ ଜାଣି ନ ଥିବା କହିଛନ୍ତି । ବିବାହ ସମୟରେ ହସିନ୍‌ ତାଙ୍କ ଅତୀତ ବିଷୟରେ କିଛି କହି ନଥିଲେ ବୋଲି ସାମି କହିଛନ୍ତି ।

୨୦୧୪ରେ ବିବାହ ସମୟରେ ହସିନ୍‌ ନିଜ ଝିଅକୁ ତାଙ୍କ ଭଉଣୀଙ୍କ ଝିଅ କହି ମୋତେ ଅନ୍ଧାରରେ ରଖିଥିଲେ । ବିବାହ ପରେ ସେ ଦୁଇ ଝିଅଙ୍କୁ ତାଙ୍କ ପ୍ରଥମ ସ୍ୱାମୀଙ୍କ ପାଖରେ ରଖିଥିଲେ ମଧ୍ୟ ମୋତେ ଏ ନେଇ କିଛି ବି ହସିନ୍‌ କହିନଥିଲେ ବୋଲି ସାମି ଆରୋପ ଲଗାଇଛନ୍ତି । ଏ ବିଷୟରେ ମୁଁ ଏବେ ଜାଣିବାକୁ ପାଇଲି ବୋଲି ସାମି କହିବା ସହ ହସିନ୍‌ଙ୍କୁ ଏ ନେଇ ଦୋଷୀ ବୋଲି କହିଛନ୍ତି । ସୂଚନା ମୁତାବକ, ହସିନ ପ୍ରଥମେ ପଶ୍ଚିମବଙ୍ଗରେ ତେଜରାତି ଦୋକାନୀ ଶେଖ୍‌ ସୈଫ୍‌ଉଦ୍ଦିନ୍‌ଙ୍କୁ ବିବାହ କରିଥିଲେ ।

Hindustan Times

୨୦୦୩ରେ ତାଙ୍କର ବଡ଼ ଝିଅ ଜନ୍ମ ହୋଇଥିବା ବେଳେ ୨୦୦୬ରେ ତାଙ୍କ ସାନ ଝିଅ ଜନ୍ମ ହୋଇଥିଲା । ପାରିବାରିକ କଳହରୁ ହସିନ୍‌  ସୈଫ୍‌ଉଦ୍ଦିନ୍‌ଙ୍କ ଠାରୁ ଛାଡ଼ପତ୍ର ନେବା ସହ ଦୁଇ ଝିଅଙ୍କୁ ପାଖରେ ରଖିଥିଲେ । କିନ୍ତୁ ୨୦୧୪ରେ ସାମିଙ୍କ ସହ ବିବାହ ହେବା ପରେ ସେ ତାଙ୍କ ଦୁଇ ଝିଅଙ୍କୁ ସୈଫ୍‌ଉଦ୍ଦିନ୍‌ଙ୍କ ପଖରେ ଛାଡ଼ିଦେବା ସହ ସାମିଙ୍କୁ ନିଜ ଝିଅଙ୍କ ଭଉଣୀର ଝିଅ ବୋଲି ମିଛ କହିଥିଲେ ।

ସମ୍ବନ୍ଧିତ ଖବର