ଭାରତ ପ୍ରଥମ ଦୁଇ ମ୍ୟାଚ୍ ଜିତି ୨-୦ରେ ଆଗୁଆ ଥିବାରୁ ବୁଧବାରର ଏହି ମ୍ୟାଚ୍ ଶୃଙ୍ଖଳା ନିର୍ଣ୍ଣାୟକ ଥିଲା। କର ବା ମର ସ୍ଥିତିରେ ଥିବା ନ୍ୟୁଜିଲାଣ୍ଡ ଏଥିରେ ରଣନୀତି ବଦଳାଇ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ରୋହିତ ଶର୍ମା (୬୫)ଙ୍କ ଅର୍ଧଶତକ ସହ ଅଧିନାୟକ ବିରାଟ କୋହଲିଙ୍କ ୩୮ ରନ୍ ବଳରେ ଭାରତ ନିର୍ଧାରିତ ୨୦ ଓଭରରେ ୧୭୯ ରନ୍ କରିଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନଙ୍କ ବିସ୍ଫୋରକ ୯୫ ରନ୍ ସତ୍ତ୍ବେ ନିର୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ସେହି ୧୭୯ ରନ୍ କରିଥିଲା। ୨୦ତମ ଓଭରରେ ନ୍ୟୁଜିଲାଣ୍ଡକୁ ବିଜୟ ପାଇଁ ମାତ୍ର ୯ ରନ୍ର ଦରକାର ଥିଲା। ଘରୋଇ ଦଳ ହାତରେ ୬ ୱିକେଟ୍ ଥିବାରୁ ତା’ ପାଇଁ ବିଜୟ ସେତେଟା କଷ୍ଟକର ହେବ ନାହିଁ ବୋଲି ଆଶା କରାଯାଉଥିଲା। ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ପ୍ରଥମ ବଲ୍କୁ ଛକା ଖାଇଥିଲେ ମଧ୍ୟ ତୃତୀୟ ବଲ୍ରେ ଦୁର୍ଦ୍ଧର୍ଷ ୱିଲିୟମସନ୍ ଏବଂ ଶେଷ ବଲ୍ରେ ଅଭିଜ୍ଞ ରସ୍ ଟେଲରଙ୍କୁ ବୋଲ୍ଡ କରି ନ୍ୟୁଜିଲାଣ୍ଡକୁ ସମାନ ସ୍କୋରରେ ଅଟକାଇ ଦେଇଥିଲେ। ଶେଷ ବଲ୍ରେ ବିଜୟ ପାଇଁ ମାତ୍ର ୧ ରନ୍ର ଆବଶ୍ୟକ ଥିଲା ବେଳେ ଦ୍ରୁତ ବ୍ୟାଟିଂ ପାଇଁ ପରିଚିତ ଟେଲର ସାମିଙ୍କ ବଲ୍କୁ ବୁଝି ନପାରି କ୍ଲିନ୍ ବୋଲ୍ଡ ହୋଇ ଯାଇଥିଲେ। ଫଳରେ ମ୍ୟାଚ୍ ଟାଇ ରହିଥିଲା।
ଶେଷ ବଲ୍ରେ ସାମିଙ୍କ କମାଲ୍ : ୧ ବଲ୍, ୧ ରନ୍, ଟେଲର ବୋଲ୍ଡ
/sambad/media/post_attachments/wp-content/uploads/2020/01/shami-1580320856.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)