ହାସିନ୍‌ଙ୍କ ଶେଷ ଆଶା ମମତା, ନ୍ୟାୟ ମିଳିବ ବୋଲି କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: କ୍ରିକେଟ୍‌ ତାରକା ମହମ୍ମଦ ସାମୀଙ୍କ ପତ୍ନୀ ହାସିନ୍‌ ଜାହାଁ ନ୍ୟାୟ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବା ପରେ ତାଙ୍କୁ ଉପଯୁକ୍ତ ନ୍ୟାୟ ମିଳିବ ବୋଲି ମମତା ଶାନ୍ତ୍ୱନା ଦେଇଛନ୍ତି। ସାମିଙ୍କ ପତ୍ନୀ ହାସିନ୍‌ ଶୁକ୍ରବାର ରାଜ୍ୟ ବିଧାନସଭା ପରିସରରେ ମମତାଙ୍କୁ ଦିନ ୩ଟାରେ ଭେଟିଥିଲେ। ସେଠାରେ ହାସିନ ଏବଂ ମମତାଙ୍କ ଭିତରେ ୨୦ ମିନିଟ୍‌ ଧରି କଥାବାର୍ତ୍ତା ଚାଲିଥିଲା।

ଏ ସଂପର୍କରେ ହାସିନ୍‌ କହନ୍ତି, ‘ମୋର ଯାହା ସବୁ କହିବାର ଥିଲା ମୁଁ ୩ ପୃଷ୍ଟ ବିଶିଷ୍ଟ ଏକ ଆବେଦନରେ ସ୍ପଷ୍ଟ ଭାବେ ଲେଖି କରି ଦେଇ ଦେଇଛି। ମୁୁଖ୍ୟମନ୍ତ୍ରୀ ମମତା ମୋତେ ଧୈର୍ଯ୍ୟ ଦେଲେ। ମୋତେ ଶାନ୍ତ୍ୱନା ବି ଦେଲେ ଯେ ସେ ମୋ ବିଷୟରେ ଗଭୀର ଭାବେ ଚିନ୍ତା କରିବେ। ଯେଉଁ ପ୍ରକାରର ସାହାଯ୍ୟ ଆବଶ୍ୟକତା ପଡ଼ିବ ସେ ମୋତେ ସମର୍ଥନ ଦେବେ। ସେ ଆହୁରି ବି କହିଛନ୍ତି ଯେ କାନୁନ ତା’ କାମ କରିବା ଆଉ ମୋତେ ନ୍ୟାୟ ମିଳିବ।’

ଉଲ୍ଳେଖଯୋଗ୍ୟ, ଗତ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଭେଟିବା ପାଇଁ ହାସିନ ମମତାଙ୍କ ବାସଭବନକୁ ଯାଇ ଆବେଦନ କରିଥିଲେ। ସ୍ୱାମୀ ସାମିଙ୍କ ବିରୋଧରେ ଲଢ଼ିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ସାହାରା ଚାହାନ୍ତି ବୋଲି ଜଣାଇଥିଲେ।

ସମ୍ବନ୍ଧିତ ଖବର