କଲମ୍ବୋ: ରବିବାର ଅନୁଷ୍ଠିତ ଭାରତ-ପାକିସ୍ତାନ ସମୟରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମୁଖ୍ୟ ମହସିନ ନକ୍ଭୀଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। କାରଣ ଏହି ମ୍ୟାଚ୍ ପୂର୍ବରୁ ଯେଉଁ ବିବାଦ ଓ ଅଚଳାବସ୍ଥା ଲାଗି ରହିଥିଲା ତାହାର କେନ୍ଦ୍ରରେ ଥିଲେ ନକ୍ଭୀ। କିନ୍ତୁ ମ୍ୟାଚ୍ ସମୟରେ ପାକିସ୍ତାନ ଯେତେବେଳେ ନିଶ୍ଚିତ ପରାଜୟ ଆଡ଼କୁ ଗତି କରୁଥିଲା ସେ ହଠାତ୍ ଚୁପ୍ଚାପ୍ ଉଠି ପଳାଇଯାଇଥିଲେ। ଏକଥ ଖୋଦ୍ ପାକିସ୍ତାନର କେତେକ ଗଣମାଧ୍ୟମ କର୍ମୀ ସ୍ପଷ୍ଟ କରିଛନ୍ତି।
ନକ୍ଭୀଙ୍କ ସବୁ ଫୁଟାଣି ଭାଙ୍ଗିଗଲା
ମ୍ୟାଚ୍ ପୂର୍ବରୁ ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କରିବ ବୋଲି ପାକିସ୍ତାନ ବାରମ୍ବାର ଧମକ ଦେଇଚାଲିଥିଲା। ଏହି ନାଟକର କେନ୍ଦ୍ରରେ ଥିଲେ ନିଜେ ନକ୍ଭୀ। ପାକିସ୍ତାନର ସମ୍ମାନ ବୃଦ୍ଧି କରିବା ପାଇଁ ସେ ଏପରି କରୁଥିବା କହୁଥିଲେ। କିନ୍ତୁ ମ୍ୟାଚ୍ରେ ଯେପରି ଶୋଚନୀୟ ଭାବେ ପାକିସ୍ତାନ ଆତ୍ମସମର୍ପଣ କଲା, ତାହା ତାଙ୍କର ସବୁ ଫୁଟାଣି ଭାଙ୍ଗି ଦେଇଥିଲା। ୧୭୬ ରନ୍ ଲକ୍ଷ୍ୟର ପିଛା କରିବାକୁ ଯାଇ ପାକିସ୍ତାନ ମୂଳରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ଶେଷ ପର୍ଯ୍ୟନ୍ତ ସେଥିରୁ ଉଠିପାରିନଥିଲା। ପାକିସ୍ତାନର ଏକ ଲଜ୍ଜାଜନକ ପରାଜୟ ଭୋଗିବାକୁ ଯାଉଛି ବୋଲି ପୂର୍ବରୁ ହିଁ ଠଉରାଇ ନେଇଥିଲେ ନକଭୀ ଏଣୁ ସେ ଛାଡିୟମରୁ ପଳାଇଯାଇଥିଲେ।
ଅନ୍ୟପକ୍ଷରେ ଏହି ପରାଜୟ ଓ ତା ପୂର୍ବରୁ ହୋଇଥିବା ବୟକଟ୍ ନାଟକ ପାଇଁ ନକ୍ଭୀଙ୍କୁ ସମାଲୋଚନା କରିଛନ୍ତି ପାକିସ୍ତାନର ଦୁଇ ପୂର୍ବତନ ବୋଲର୍ ସୋଏବ ଅଖତର୍ ଓ ଡାନିସ୍ କାନେରିଆ। ଅଖତର ପ୍ରଶ୍ନ କରିଛନ୍ତି ଯେ ଯିଏ କ୍ରିକେଟ୍ ବିଷୟରେ କିଛି ଜାଣିନି ତାକୁ ବୋର୍ଡ ମୁଖ୍ୟ କରିବା କେତେଦୂର ଠିକ୍? ଯେଉଁମାନେ ଭାରତ ବିରୋଧରେ ବାରମ୍ବାର ଖରାପ ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ ଦଳରେ ସାମିଲ କରାଯାଉଛି। ବାବର ଆଜମଙ୍କୁ ଇଙ୍ଗିତ କରି ସେ କହିଥିଲେ ଯେ ଯେଉଁ ଖେଳାଳି ମ୍ୟାଚ୍ ଜିତାଇପାରିବ ନାହିଁ, ତାକୁ ସୁପରଷ୍ଟାର ଆଖ୍ୟା ଦିଆଯାଉଛି। ସେହିପରି କାନେରିଆ ‘ଏକ୍ସ’ରେ ଲେଖିଛନ୍ତି ଯେ ମ୍ୟାଚ୍ ବର୍ଜନ କରିଥିଲେ ବରଂ ଭଲ ହୋଇଥାନ୍ତା।
ଆହୁରି ପଢ଼ନ୍ତୁ: Sivratri in Vedbyas: ବେଦବ୍ୟାସ ଶୈବ୍ୟପୀଠରେ ମହାଶିବରାତ୍ରି: ବୁଡ଼ ପକାଇଲେ ଓ ଦୀପ ଜାଳିଲେ ଶ୍ରଦ୍ଧାଳୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/16/naqvi-left-the-match-2026-02-16-10-25-27.jpg)