ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ରବିବାର ପାକିସ୍ତାନକୁ ହରାଇ ଏସିଆ କପ୍‌ ଦଖଲ କରିଛି ଭାରତୀୟ କ୍ରିକେଟ୍‌ ଦଳ। ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଭାରତ ନବମ ଥର ପାଇଁ ଏସିଆ କପ୍‌ ମୁକୁଟ ଜିତିଛି। ଭାରତକୁ ବିଜୟର ଟିକା ପିନ୍ଧାଇଛନ୍ତି ତିଳକ ବର୍ମା (୫୩ ବଲ୍‌ରୁ ୬୯* ରନ୍, ୩ ଚୌକା, ୪ ଛକା)। ତେବେ ବିଜୟ ପରେ ପାକିସ୍ତାନୀ ମନ୍ତ୍ରୀ ଏବଂ ଏସୀୟ କ୍ରିକେଟ୍ ପରିଷଦ (ଏସିସି) ସଭାପତି ମୋହସିନ୍ ନକବୀ ଟ୍ରଫି ଦେବାକୁ ଆସିବାରୁ ଭାରତୀୟ ଟିମ୍ ତାଙ୍କ ହାତରୁ ଟ୍ରଫି ନେବାକୁ ମନା କରିଦେଇଥିଲା। ବିସିସିଆଇ ମଧ୍ୟ ଏହି ନିଷ୍ପତ୍ତିକୁ ସମର୍ଥନ କରିଥିଲା। ପ୍ରଥମ କରି କୌଣସି ଦଳ ମ୍ୟାଚ୍ ଜିତିବା ପରେ ବିନା ଟ୍ରଫିରେ ବିଜୟ ପାଳନ କରିଥିବା ଦେଖାଯାଇଥିଲା। ତେବେ ଅନ୍ୟ କାହା ହାତରୁ ଟ୍ରଫି ଦେବା ପରିବର୍ତ୍ତେ ନକବୀ ଟ୍ରଫିକୁ ଡ୍ରେସିଂ ରୁମ୍‌କୁ ନେଇଯାଇଥିଲେ ବୋଲି କୁହାଯାଉଛି। ଏବେ ନକବୀ ଟ୍ରଫିକୁ ନିଜ ଘରକୁ ନେଇଯାଇଥିବା ଦାବି କରାଯାଉଛି।

Advertisment

ଭାରତର ଟାଇଗର୍ସ ଗୋଟିଏ ବି ମ୍ୟାଚ୍ ହାରିବା ବିନା ଏସିଆ କପ୍ ଚାମ୍ପିଅନ୍ ଭାବରେ ଉଭା ହୋଇଛି। ତଥାପି, ଏକ ନାଟକୀୟ ଏବଂ ଅଜବ ଘଟଣାକ୍ରମରେ, ପାକିସ୍ତାନୀ ମନ୍ତ୍ରୀ ଏବଂ ଏସୀୟ କ୍ରିକେଟ୍ ପରିଷଦ (ଏସିସି) ସଭାପତି ମୋହସିନ୍ ନକବୀଙ୍କ ଠାରୁ ଚାମ୍ପିଅନ୍ ଭାରତୀୟ ଦଳକୁ ଏସିଆ କପ୍ ଟ୍ରଫି ଗ୍ରହଣ କରିବାକୁ ମନା କରିବା ପରେ ସେମାନଙ୍କୁ ପ୍ରଦାନ କରାଯାଇ ନଥିଲା। ରବିବାର, ସେପ୍ଟେମ୍ବର 29 ତାରିଖରେ ଏସିଆ କପ୍ ଫାଇନାଲରେ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ପାଞ୍ଚ ୱିକେଟରେ ରୋମାଞ୍ଚକର ବିଜୟ ପରେ ଏକ ନାଟକୀୟ ଘଟଣା ଘଟିଥିଲା। ମୋହସିନ୍ ନକବୀଙ୍କ ଉପରେ ଏବେ ଭାରତର ଟ୍ରଫି ଚୋରି କରିବାର ଅଭିଯୋଗ ଲଗାଯାଉଛି।

ଏହି ଘଟଣାକୁ ନେଇ ମୁମ୍ବାଇର ବୋର୍ଡ ମୁଖ୍ୟାଳୟରେ ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି ଯେ, "ଆମେ ପାକିସ୍ତାନର ପ୍ରମୁଖ ନେତାମାନଙ୍କ ମଧ୍ୟରୁ ଜଣେ ତଥା ଏସିସି ଅଧ୍ୟକ୍ଷ ମୋହସିନ୍ ନକବୀଙ୍କଠାରୁ ଏସିଆ କପ୍ ୨୦୨୫ଟ୍ରଫି ନନେବାକୁ ନିଷ୍ପତ୍ତି ନେଇଥିଲୁ। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ, ସେ ଭଦ୍ରଲୋକଜଣଙ୍କ ପଦକ ସହିତ ଟ୍ରଫି ମଧ୍ୟ ନିଜ ସାଙ୍ଗରେ ନେଇଯିବେ। ତେଣୁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଆମେ ଆଶା କରୁଛୁ ଯେ, ଟ୍ରଫି ଏବଂ ପଦକ ଯଥାଶୀଘ୍ର ଭାରତକୁ ଫେରସ୍ତ କରାଯିବ।"

ଅନ୍ୟପକ୍ଷରେ ଯେତେବେଳେ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗାଙ୍କୁ ଏହା ବିଷୟରେ ପଚରାଗଲା, ସେ ତାଙ୍କ ଅଧ୍ୟକ୍ଷଙ୍କ ବିବାଦୀୟ ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ସେ କହିଥଇଲେ, "ଦେଖ, ସେ ଏସିସି ଅଧ୍ୟକ୍ଷ। ତାଙ୍କର ଟ୍ରଫି ଦେବାର ସମ୍ପୂର୍ଣ୍ଣ ଅଧିକାର ଅଛି।" ତେବେ ନକବୀଙ୍କ ଏଭଳି କାମକୁ ନେଇ ସୋସିଆଲ ମିଡିଆରେ ଅନେକ ମିମ୍ ଭାଇରାଲ ହେବାରେ ଲାଗିଛି। 

mohsin-nqvi