ଚିଟ୍ଟାଗଙ୍ଗ: ଚିଟ୍ଟାଗଙ୍ଗ ଟେଷ୍ଟରେ ବାଂଲାଦେଶ ଦୃଢ଼ ସ୍ଥିତିରେ ରହିଛି। ଯୁବ ତାରକା ମୋମିନୁଲ (୧୭୫*) ହକ୍ଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ଘରୋଇ ବାଂଲାଦେଶ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍ର ପ୍ରଥମ ଦିନରେ ୪ ଓ୍ଵିକେଟ୍ ହରାଇ ୩୭୪ ରନ୍ କରି ନେଇଛି। ପୂର୍ବତନ ଅଧିନାୟମ ମୁସଫିକର ରହିମ (୯୨) ମାତ୍ର ୮ ରନ୍ ପାଇଁ ଶତକ ଅର୍ଜନରୁ ବଞ୍ଚିତ ହୋଇଛନ୍ତି। ତେବେ ମୋମିନୁଲଙ୍କ ସହ ମିଶି ତୃତୀୟ ଓ୍ଵିକେଟ୍ରେ ସେ ସଂଗ୍ରହ କରିଥିବା ୨୩୬ ରନ୍ ବାଂଲାଦେଶ ପାଳିର ସବୁଠାରୁ ବଡ଼ ଭାଗୀଦାରି ହୋଇଛି। ଅନ୍ୟପଟେ ୨୬ ବର୍ଷୀୟ ମୋମିନୁଲ ନିଜ ଷଷ୍ଠ ଶତକ ହାସଲ କରିଥିଲା ବେଳେ ପ୍ରଥମ ଦ୍ୱିଶତକ ଦ୍ୱାର ଦେଶରେ ରହିଛନ୍ତି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ତମିମ ଇକବାଲ (୫୨) ଏବଂ ଇମ୍ରୁଲ କେୟସ୍ (୪୦) କିନ୍ତୁ ବାଂଲାଦେଶକୁ ଭଲ ଆରମ୍ଭ ଦେଇଥଇଲେ। ବୁଧବାର ପ୍ରଥମ ଦିନର ଖେଳ ବନ୍ଦ ବେଳକୁ ମୋମିନୁଲଙ୍କ ସହ ଅଧିନାୟକ ମହମ୍ମଦୁଲ୍ଲା ୯ ରନ୍ କରି ଅପରାଜିତ ରହିଛନ୍ତିି। ଅନ୍ୟ ପକ୍ଷରେ ଶ୍ରୀଲଙ୍କା ବୋଲରମାନେ ଦିନ ତମାମ ସଂଘର୍ଷ କରି ମାତ୍ର ଚାରିିଟ ଓ୍ଵିକେଟ୍ ନେଇ ପାରିଛନ୍ତି। ବୁଧବାର ସେମାନେ ମିଳିତ ଭାବେ କେବଳ ୪ ଜଣ ବାଂଲା ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ଫେରାଇଛନ୍ତି। ସଂକ୍ଷିପ୍ତ ସ୍କୋର: ବାଂଲାଦେଶ ୯୦ ଓଭରରେ ୩୭୪/୪ (ମୋମିନୁଲ ହକ୍ ୧୭୫*, ମୁସଫିକର ରହିମ ୯୨, ତମିମ ଇକବାଲ ୫୨, ଇମ୍ରୁଲ କେୟସ୍ ୪୦, ସୁରଙ୍ଗ ଲାକମଲ ୨/୪୩, ଲକ୍ଷ୍ମଣ ସନ୍ଦାକନ ୧/୫୮, ଦିଲରୁଆନ ପେରେରା ୧/୯୮)।
ମୋମିନୁଲଙ୍କ ୧୭୫*ରେ ବାଂଲାଦେଶ ଦୃଢ଼
/sambad/media/post_attachments/wp-content/uploads/2018/02/5-Mominul-Haque.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)