ମଣ୍ଟେ କାର୍ଲୋ: ରେଡ୍ବୁଲ୍ର ଚାଳକ ଅଷ୍ଟ୍ରେଲିଆର ଡାନିଏଲ୍ ରିକାର୍ଡୋ ରବିବାର ମୋନାକୋ ଗ୍ରାଁ ପ୍ରି ରେସ୍ ଜିତି ନେଇଛନ୍ତି। ଚଳିତ ବର୍ଷ ଫର୍ମୁଲା ଓ୍ଵାନ୍ରେ ଏହା ତାଙ୍କର ଦ୍ୱିତୀୟ ଟ୍ରଫି। ପୂର୍ବରୁ ରିକାର୍ଡୋ ଚାଇନା ଗ୍ରାଁ ପ୍ରି ଟ୍ରଫି ଜିତିଥିଲେ। ରବିବାର ରିକାର୍ଡୋ ୧:୪୨:୫୪.୮୦୭ ସମୟ ନେଇ ପ୍ରଥମ ସ୍ଥାନରେ ରହିଥିଲା ବେଳେ ଜର୍ମାନିର ଫେରାରି ଚାଳକ ସେବାସ୍ତିଆନ୍ ଭେଟଲ ଦ୍ୱିତୀୟ ଏବଂ ବ୍ରିଟିସ୍ର ମର୍ସିଡିଜ୍ ଚାଳକ ଲୁଇସ୍ ହାମିଲ୍ଟନ୍ ତୃତୀୟ ସ୍ଥାନରେ ରହିଥିଲେ। ଫେରାରିର କିମି ରାଇକୋନେନ୍ ଚତୁର୍ଥ ଏବଂ ମର୍ସିଡିଜ୍ର ଭାଲଟେରି ବୋଟ୍ଟାସ ପଞ୍ଚମ ସ୍ଥାନରେ ରହିଥିଲେ।
ମୋନାକୋ ଗ୍ରାଁ ପ୍ରି ଜିତିଲେ ରିକାର୍ଡୋ
/sambad/media/post_attachments/wp-content/uploads/2018/05/12-ricardo.jpg)