ପ୍ୟାରିସ୍: ବିଶ୍ବର ଦୁଇ ଟେନିସ ତାରକା ଫ୍ରାନ୍ସର ଗେଲ୍ ମନ୍ଫିଲ୍ସ ଏବଂ ୟୁକ୍ରେନ୍ର ଏଲିନା ସ୍ବିତୋଲିନା ବିବାହ ବନ୍ଧନରେ ଆବଦ୍ଧ ହେବେ। ନିକଟରେ ଉଭୟଙ୍କ ନିର୍ବନ୍ଧ ସଂପନ୍ନ ହୋଇଛି। ସ୍ବିତୋଲିନା ହୀରାର ଏକ ମୁଦି ପିନ୍ଧିଥିଲା ବେଳେ ତାଙ୍କ ପାଖରେ ମନ୍ଫିଲ୍ସ ରହିଛନ୍ତି ଏବଂ ପଛରେ ବରଫାବୃତ ପାହଡ଼ ଦେଖିବାକୁ ମିଳଛି। ଏହି ଫଟୋକୁ ମନ୍ଫିଲ୍ସ ଓ ସ୍ବିତୋଲିନା ନିଜ ନିଜ ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ଛାଡ଼ି ସମର୍ଥକମାନଙ୍କୁ ନିବର୍ନ୍ଧ ବିଷୟରେ ସୂଚନା ଦେଇଚନ୍ତି। ଉଭୟ ୨୦୦୮ରୁ ସମ୍ପର୍କରେ ଥିଲେ। ହେଲେ ଗତ ଫେବ୍ରୁଆରିରେ ସେମାନଙ୍କ ସମ୍ପର୍କରେ କିଛି ଦିନ ବିରତି ନେବାର ଘୋଷଣା କରିଥିଲେ। ଏବେ ଉଭୟ ଏହି ଫଟୋ ଛାଡ଼ି ସମସ୍ତଙ୍କୁ ଚକିତ କରିଦେଇଛନ୍ତି।
ମନ୍ଫିଲ୍ସ-ସ୍ବିତୋଲିନାଙ୍କ ନିର୍ବନ୍ଧ
/sambad/media/post_attachments/wp-content/uploads/2021/04/44fs98h4sf9h45fsh456fs456hfshfsfhsfshfhsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)