ନୂଆଦିଲ୍ଲୀ: କେବଳ ପଡ଼ିଆ ଭିତରେ ନୁହେଁ, ପଡ଼ିଆ ବାହାରେ ମଧ୍ୟ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି କୀର୍ତ୍ତିମାନ ପରେ କୀର୍ତ୍ତିମାନ କରି ଚାଲିଛନ୍ତି। ପ୍ରଶଂସକମାନେ ତାଙ୍କର ପ୍ରତିଟି କଥା ଜାଣିବାକୁ ବ୍ୟଗ୍ର ଥିଲା ବେଳେ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିବା ପରେ ସାମାଜିକ ଗଣମାଧ୍ୟମରେ ତାଙ୍କ ଅନୁସରଣକାରୀଙ୍କ ସଂଖ୍ୟା ବହୁ ଗୁଣ ବଢ଼ିଯାଇଛି। ସେଥିପାଇଁ କର୍ବା ଚୌଥ ଅବସରରେ ଅନୁଷ୍କାଙ୍କ ସହ ଉଠାଇଥିବା ଫଟୋକୁ କୋହଲି ଟ୍ବିଟ୍ କରିବା ପରେ ଏହାକୁ ୨୧୫ ହଜାର ଲାଇକ୍ ଯାଇଥିଲା। ଏହି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେଥିପାଇଁ କୋହଲିଙ୍କ ଏହି ଫଟୋ ଟିଟ୍କୁ ୨୦୧୮ ମସିହାର ସର୍ବାଧିକ ଲୋକପ୍ରିୟ ଟ୍ବିଟ୍ର ମାନ୍ୟତା ମିଳିଛି। ଟ୍ବିଟର୍ କଂପାନି ବୁଧବାର ଏହି ଘୋଷଣା କରିବା ସହ କୋହଲିଙ୍କ ସେହି ଟ୍ବିଟ୍କୁ ୨୦୧୮ର ସର୍ବାଧିକ ‘ଲାଇକ୍’ ମିଳିଥିବା କହିଛି। ଏହାକୁ ଟ୍ବିଟର୍ ‘ସ୍ବର୍ଣ୍ଣିମ ଟ୍ବିଟ୍’ ଆଖ୍ୟା ଦେଇଛି। ସେହିଭଳି ଭାରତୀୟ ଫୁଟ୍ବଲ୍ ଦଳର ଅଧିନାୟକ ସୁନୀଲ ଛେତ୍ରୀ କରିଥିବା ଏକ ଭିଡିଓ ପୋଷ୍ଟ୍କୁ ପ୍ରଶଂସକମାନେ ସର୍ବାଧିକ ରି-ଟ୍ବିଟ୍ କରିଥିଲେ। ସୂଚନାଯୋଗ୍ୟ ଯେ ନୂଆଦିଲ୍ଲୀରେ ଖେଳା ଯାଇଥିବା ଅନ୍ତଃମହାଦେଶୀୟ କପ୍ର କେନିଆ ବିପକ୍ଷ ଫାଇନାଲରେ ପଡ଼ିଆକୁ ଆସି ଭାରତୀୟ ଦଳକୁ ସମର୍ଥନ କରିବା ଲାଗି ଛେତ୍ରୀ କରିଥିବା ଏହି ଭିଡିଓ ଟ୍ବିଟ୍ ୬୦ ହଜାର ଥର ରି-ଟ୍ବିଟ୍ ହୋଇଥିଲା। ଛେତ୍ରୀଙ୍କ ଟ୍ବିଟ୍ ପରେ ମ୍ୟାଚ୍ର ସମସ୍ତ ଟିକେଟ ବିକ୍ରି ହୋଇଯିବା ସହ କେନିଆକୁ ପରାସ୍ତ କରି ଭାରତ ଅନ୍ତଃମହାଦେଶୀୟ ଫୁଟବଲ୍ ପ୍ରତିଯୋଗିତାର ବିଜେତା ହୋଇଥିଲା।
ବିରାଟ-ଅନୁଷ୍କା ଫଟୋକୁ ସର୍ବାଧିକ ଲାଇକ୍
/sambad/media/post_attachments/wp-content/uploads/2018/12/Untitled-1-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)